କନକ ବ୍ୟୁରୋ : ଭୁଷୁଡିଲା ନିର୍ମାଣଧୀନ ଦେଶର ସର୍ବବୃହତ ବ୍ରିଜ । ବିହାରରେ ନିର୍ମାଣଧୀନ ସୁପୋଲ ବ୍ରିଜର କିଛି ଭାଗ ଭାଙ୍ଗିବା ଯୋଗୁଁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ନିର୍ମାଣଧିନ ବ୍ରିଜ ପାଇଁ କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ୯ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବ୍ରିଜର ଭଗ୍ନାଶେଷ ତଳେ ଆଉ କିଛି ଶ୍ରମିକ ଫସି ରହିଥିବାବେଳେ ସେମାନଙ୍କ ଉଦ୍ଧାରକାମ ଚାଲିଛି । କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରୋଜେକ୍ଟରେ ତିଆରି ହେଉଛି ଦେଶର ସର୍ବବୃହତ । ଶୁକ୍ରବାର ସକାଳୁ ଏହାର କିଛି ଅଂଶ ଭାଙ୍ଗିପଡିଥିଲା । ପ୍ରାୟ ୧୨ଶହ କୋଟି ବଜେଟରେ ଏହାର ନିର୍ମାଣ କରାଯାଉଛି । ବ୍ରିଜର ଲମ୍ବ ରହିଛି ଦୀର୍ଘ ୧୪କିଲୋମିଟର । ୨୦୨୩ରେ ନିର୍ମାଣ ଶେଷ ଲକ୍ଷ୍ୟ ରଖାଯାଇଥିଲେ ବି କରୋନା ପାଇଁ ନିର୍ମାଣ କାମ ଅଟକିଥିଲ । ମଧୁବନୀ ଓ ସୁପୋଲକୁ ମୁଖ୍ୟତ ଯୋଡିବ ଏହି ବ୍ରିଜ୍ ।
ନିର୍ମାଣଭିତରେ ଭୁଷୁଡିଲା ଦେଶର ସର୍ବବୃହତ ବ୍ରିଜ । ୧୨ଗୁୁରୁତର, ଜଣେ ଶ୍ରମିକ ମୃତ, ୧୨ଶହ କୋଟି ବ୍ୟୟରେ ଚାଲିଛି ବ୍ରିଜର ନିର୍ମାଣ
/kanak/media/post_attachments/wp-content/uploads/2024/03/6-20.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)