ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ସନରାଇଜର୍ସ ହାଇଦ୍ରାବାଦ : ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ବିରାଟ ବାହିନୀ

81

କନକ ବ୍ୟୁରୋ : ଆଇପିଏଲ ୨୦୨୦ର ତୃତୀୟ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ । ଏଥିରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ତେଣୁ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବ ।

ଉଭୟ ଦଳ ଚଳିତ ଆଇପିଏଲରେ ବେଶ ଶକ୍ତିଶାଳୀ ଅଛନ୍ତି । ଏହି ଆଇପିଏଲରେ ବାଙ୍ଗାଲୋର ପକ୍ଷରୁ ବିରାଟ କୋହଲି ଅଧିନାୟକତ୍ୱ କରୁଥିବା ବେଳେ ହାଇଦ୍ରାବାଦ ପକ୍ଷରୁ ଡେଭିଡ ୱାର୍ଣ୍ଣର ଅଧିନାୟକତ୍ୱ କରୁଛନ୍ତି । ତେବେ ଏହି ମ୍ୟାଚରେ ଉଭୟ ଦଳରେ ବ୍ୟାଟିଂ ଶକ୍ତିଶାଳୀ ନଜର ଆସୁଛନ୍ତି ।
ସେହିପରି ଏହି ମ୍ୟାଚରୁ ବିରାଟ କୋହଲି ଚଳିତ ଆଇପିଏଲର ଟାଇଟଲ ଲକ୍ଷ୍ୟରେ ରହିଛନ୍ତି । ତେଣୁ ଏହି ମ୍ୟାଚ ବାଙ୍ଗାଲୋର ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।