ଟସ୍ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ଚେନ୍ନାଇ ସୁପର କିଙ୍ଗସ୍ ।

134

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଟସ୍ ଜିତି ହାଇଦ୍ରାବାଦ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ଚେନ୍ନାଇ ସୁପର କିଙ୍ଗସ୍ ପ୍ରଥମେ ବୋଲିଂ କରିବାକୁ ମୈଦାନକୁ ଓହ୍ଲାଇବ । ହାଇଦ୍ରାବାଦ ପକ୍ଷରୁ ଦୁଇ ଓପନର ବ୍ୟାଟିଂ ପାଇଁ ଆସିବେ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ।
ଉଭୟ ଦଳ ଚଳିତ ଆଇପିଏଲରେ ୩ଟି ଲେଖାଏଁ ମ୍ୟାଚ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାଜୟର ସାମ୍ନା କରିଛନ୍ତି । ତେଣୁ ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ଏହି ମ୍ୟାଚ ଜିତି ଚେନ୍ନାଇ ନିଜ ବିଜୟ ଅଭିଯାନ ପୁଣି ବଜାୟ ରଖିବାକୁ ଚେଷ୍ଟା କରିବ । ସେହିପରି ହାଇଦ୍ରାବାଦ ମଧ୍ୟ ଏହି ମ୍ୟାଚ ଜିତି ନିଜ ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ ।

ଅନ୍ୟପକ୍ଷରେ ଆଜି ଚେନ୍ନାଇର ଦୁଇ ଷ୍ଟାର ଖେଳାଳି ଅମ୍ବାତି ରାଇଡୁ ଓ ଡ୍ୱେନ ବ୍ରାଭୋ ଦଳକୁ ଫେରିବା ନେଇ ଚର୍ଚ୍ଚା ହେଉଛି । ସେହିପରି ଦଳରେ ଫାପ୍୍ ଡୁପ୍ଲେସି ଭଳ ଫର୍ମରେ ନଜର ଆସିଛନ୍ତି । ତେଣୁ ଦଳ ଆଜିର ମ୍ୟାଚରେ ଭଲ ସ୍ଥିତିରେ ରହଛି ।

ହାଇଦ୍ରାବାଦରେ ମଧ୍ୟ ଭଲ ଅଭିଜ୍ଞ ଖେଳାଳି ରହିଛନ୍ତି । ଡେଭିଡ ୱାର୍ଣ୍ଣର, ଜନି ବେୟରଷ୍ଟୋ ଓ କେନ ୱିଲିୟମସନଙ୍କ ଭଳି ଦମଦାର ବ୍ୟାଟ୍ସମ୍ୟାନ ରହିଛନ୍ତି । ତେଣୁ ଉଭୟ ଦଳ ମଧ୍ୟରେ ଦମଦାର ଲଢେଇ ଦେଖିବାକୁ ମିଳିବ ।