ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ହାଇଦ୍ରାବାଦ । ପ୍ରଥମେ ବୋଲିଂ କରିବ କୋଲକାତା ନାଇଟ ରାଇଡର୍ସ

116

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ସନରାଜର୍ସ ହାଇଦ୍ରାବାଦ ଦଳ । ଫଳରେ କୋଲକାତା ନାଇଟ ରାଇଡର୍ସ ବୋଲିଂ ପାଇଁ ମୈଦାନକୁ ଓହ୍ଲାଇବ । ହାଇଦ୍ରାବାଦ ପ କ୍ଷରୁ ଦୁଇ ଓପନର ଏବେ ବ୍ୟାଟିଂ ପାଇଁ ଆସିବେ । ଦଳକୁ ଏହି ମ୍ୟାଚ ଜିତିବାକୁ ହେଲେ ବଡ ସ୍କୋର କରିବାକୁ ପଡିବ ।

ଉଭୟ ଦଳ ନିଜର ପ୍ରଥମ ମ୍ୟାଚରେ ପରାଜୟ ଶିକାର କରିଥିଲେ । କୋଲକାତା ମୁମ୍ବାଇଠାରୁ ପରାସ୍ତ ହୋଇଥିବା ବେଳେ ହାଇଦ୍ରାବାଦ ବାଙ୍ଗାଲୋରଠାରୁ ପରାସ୍ତ ହୋଇଥିଲା । ତେବେ ଏହି ମ୍ୟାଚରେ ଉଭୟ ଦଳ ନିଜର ପ୍ରଥମ ବିଜୟ ହାସଲ ଲକ୍ଷ୍ୟରେ ରହିଛନ୍ତି ।

ହାଇଦ୍ରାବାଦ ଦଳରେ ଦକ୍ଷ ବ୍ୟାଟ୍ସମ୍ୟାନ ମଧ୍ୟ ରହିଛନ୍ତି । ଡେଭିଡ ୱାର୍ଣ୍ଣର, ଜନି ବେୟଷ୍ଟୋ, ମନିଷ ପାଣ୍ଡେଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି । ସେହିପରି ଭୁବନେଶ୍ୱର କୁମାର ଓ ରସିଦ ଖାନଙ୍କ ଭଳି ଅଭିଜ୍ଞ ବୋଲର ମଧ୍ୟ ରହିଛନ୍ତି । ସେହିପରି କୋଲକାତାରେ ମଧ୍ୟ ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ ଓ ସୁନୀଲ ନାରିନଙ୍କ ଭଳି ଖେଳାଳି ରହିଛନ୍ତି ।