କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚରେ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ଦଳ । ଏହି ମ୍ୟାଚ ଦୁଇ ଦଳ ପାଇଁ କର ବା ମର ପରିସ୍ଥିତିରେ ରହିଛି । ଦୁଇ ଦଳ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ।
ଚଳିତ ଆଇପିଏଲରେ ରାଜସ୍ଥାନ ୧୦ଟି ମ୍ୟାଚ ଖେଳି ୪ଟି ବିଜୟ ଓ ୬ଟି ପରାଜୟର ସମ୍ମୁଖୀନ ହୋଇଛି । ସେହିପରି ହାଇଦ୍ରାବାଦ ୯ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୬ଟି ପରାଜୟ ସହ ସପ୍ତମ ସ୍ଥାନରେ ରହିଛି । ତେଣୁ ଚତୁର୍ଥ ସ୍ଥାନକୁ ଯିବା ପାଇଁ ଏହି ଦୁଇ ଦଳ ମଧ୍ୟ ଆଜି ଘମାଘଟ ଲଢେଇ ଦେଖିବାକୁ ମିଳିବ ।
ରାଜସ୍ଥାନରେ ଷ୍ଟିଭେନ ସ୍ମିଥ, ବେନ ଷ୍ଟୋକ୍ସ, ସଞ୍ଜୁ ସାମସନ ଓ ଜୋସ ବଟଲରଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ହାଇଦ୍ରାବାଦରେ ଡେଭିଡ ୱାର୍ଣ୍ଣର, ଜନି ବେୟାରଷ୍ଟୋ, ମନିଷ ପାଣ୍ଡେଙ୍କ ଭଳି ଖେଳାଳି ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/10/SRH-vs-RR-Prediction.jpg)