ଆଇପିଏଲ ଟକ୍କର : ଟସ୍ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ କିଙ୍ଗସ୍ ଇଲେଭେନ ପଞ୍ଜାବ ।

49

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ସନରାଇଜର୍ସ ହାଇଦ୍ରାବାଦ ଦଳ । ଫଳରେ ଏବେ ବୋଲିଂ ପାଇଁ ଆସିବ କିଙ୍ଗସ୍ ଇଲେଭେନ ପଞ୍ଜାବ । ହାଇଦ୍ରାବାଦ ପକ୍ଷରୁ ଦୁଇ ଓପନର ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବେ । ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।

ଉଭୟ ଦଳ ଚଳିତ ଆଇପିଏଲରେ ୫ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ଏଥିରେ ହାଇଦ୍ରାବାଦ ୨ଟି ବିଜୟ ୩ଟି ପରଜାୟ ଲାଭ କରିଥିଲା ବେଳେ ପଞ୍ଜାବ ଗୋଟିଏ ବିଜୟ ଓ ୪ଟି ପରାଜୟର ଶିକାର ହୋଇଛି । ତେଣୁ ଉଭୟ ଦଳ ଆଜିର ମ୍ୟାଚରେ ବିଜୟୀ ହୋଇ ଉପରକୁ ଉଠିବାକୁ ଚେଷ୍ଟା କରିବେ ।

ହାଇଦ୍ରାବାଦ ଦଳରେ ଡେଭିଡ ୱାର୍ଣ୍ଣର, କେନ ୱିଲିୟମସନ, ଜନି ବେୟାରଷ୍ଟୋ ଓ ମନୀଷ ପାଣ୍ଡେଙ୍କ ଭଳି ଖେଳାଳି ରହିଛନ୍ତି । ହେଲେ ଦଳରେ ଭୁବନେଶ୍ୱର କୁମାର ଆହତ କାରଣରୁ ବାଦ ପଡିଛନ୍ତି । ସେହିପରି ପଞ୍ଜାବରେ କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ଭଳି ଖେଳାଳି ରହିଛନ୍ତି ।