ଆଜି ଦୁବାଇରେ ମୁହାଁମୁହିଁ ହେବେ କିଙ୍ଗସ୍ ଇଲେଭେନ୍ ପଂଜାବ-ସନରାଇଜର୍ସ । ଉଭୟ ଦଳ ମଧ୍ୟରେ ଦେଖିବାକୁ ମିଳିବ କଡା ଟକର

102
କନକ ବ୍ୟୁରୋ : ଆଜି ମୁହାଁମୁହିଁ ହେବେ କିଙ୍ଗସ୍ ଇଲେଭେନ୍ ପଂଜାବ-ସନରାଇଜର୍ସ । ଉଭୟଙ୍କ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର । ପଏଣ୍ଟ ଟେବୁଲରେ ଉପକୁ ଉଠିବା ପାଇଁ ଦୁଇଦଳ ପ୍ରୟାସ କରିବେ
ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗରେ ଖେଳାଯିବ ଗୋଟିଏ ମ୍ୟାଚ୍ । କିଙ୍ଗସ ଇଲେଭେନ୍ ପଂଜାବ  ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ ମ୍ୟାତ୍ । ଆଜି ଦୁବାଇରେ ରାତି ସାଢେ ୭ଟାରେ ଖେଳାଯିବ ଏହି ମ୍ୟାଚ । ପଏଂଟ ଟେବୁଲରେ ବର୍ତମାନ ଷଷ୍ଠ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ, ଅଷ୍ଟମ ସ୍ଥାନରେ ରହିଛି କିଙ୍ଗସ ଇଲେଭେନ୍ ପଂଜାବ । ପଏଂଟ ଟେବୁଲ ସୁଧାରିବାକୁ ଏହି ମ୍ୟାଚ ଉପରେ ଦୁଇ ଦଳର ନଜର ରହିବ । କେଏଲ ରାହୁଲଙ୍କ ନେତୃତ୍ୱା ଧୀନ ପଂଜାବ ଉପରେ ଅଧିକ ଚାପ ରହିବ । କାରଣ ଦଳ ବର୍ତମାନ ସୁଦ୍ଧା ୫ଟି ମ୍ୟାଚ ଖେଳି କେବଳ ଗୋଟିଏ ମ୍ୟାଚ ଜିତି ପାରିଛି ।