ୱାର୍ଣ୍ଣର ଓ ବେୟାରଷ୍ଟୋଙ୍କ ଦମଦାର ବ୍ୟାଟିଂ । ୨୦୧ ରନ କଲା ହାଇଦ୍ରାବାଦ । ପଞ୍ଜାବ ଆଗରେ ୨୦୨ ରନର ବିଜୟ ଲକ୍ଷ୍ୟ । 

100

କନକ ବ୍ୟୁରୋ : ଆଜିର ମ୍ୟାଚରେ ଡେଭିଡ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଫଳରେ ହାଇଦ୍ରାବାଦ ୧୯୦ ରନର ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଛି । ଏହାସହ ଏବେ ପଞ୍ଜାବ ଆଗରେ ୧୯୧ ରନର ବିଜୟ ଲକ୍ଷ୍ୟ ରହିଛି । ବର୍ତ୍ତମାନ ପଞ୍ଜାବର ଦୁଇ ବ୍ୟାଟ୍ସମ୍ୟାନ ମୈଦାନକୁ ଓହ୍ଲାଇବେ ।

ଏହି ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ୱାର୍ଣ୍ଣର ଓ ବେୟାରଷ୍ଟୋ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲେ । ଦୁଇ ଓପନ ଦମଦାର ବ୍ୟାଟିଂ କରିଥିଲେ । ଦଳ ପକ୍ଷରୁ ୱାର୍ଣ୍ଣର ୫୨ ଓ ବେୟାରଷ୍ଟୋ ୯୭ ରନ କରିଥିଲେ । ହେଲେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ସଫଳ ହୋଇପାରିନଥିଲେ । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୨୦୧ କରିବାରେ ସକ୍ଷମ ହୋଇଥିଲା ।

ଏବେ ୨୦୨ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ପଞ୍ଜାବ ଦଳ । ପଞ୍ଜାବକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ୍ ଖେଳିବାକୁ ହେବ ।