ଆଇପିଏଲ ଟକ୍କର: ପ୍ରିୟମ ଗାର୍ଗଙ୍କ ଦମଦାର ଅର୍ଦ୍ଧଶତକ । ଚେନ୍ନାଇକୁ ୧୬୫ ରନର ବିଜୟ ଲକ୍ଷ୍ୟ ଦେଲା ହାଇଦ୍ରାବାଦ ।

124

କନକ ନ୍ୟୁଜ : ଆଜିର ଆଇପିଏଲ ମ୍ୟାଚରେ ଦମଦାର ଅର୍ଦ୍ଧଶତକ ହାସଲ କଲେ ପ୍ରିୟମ ଗାର୍ଗ । ଏହାସହ ହାଇଦ୍ରାବାଦ ୧୬୪ ରନ କରିବାକୁ ସକ୍ଷମ ହୋଇଛି । ଫଳରେ ଚେନ୍ନାଇ ସୁପର କିଙ୍ଗସ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରହିଛି । ଏବେ ଚେନ୍ନାଇର ଦୁଇ ଓପନ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବେ ।

ଏହି ମ୍ୟାଚରେ ହାଇଦ୍ରାବାଦ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ । ଦଳ ପକ୍ଷରୁ ପ୍ରିୟମ ଗାର୍ଗ ସର୍ବାଧିକ ୫୧ ଓ ଅଭିଷେକ ଶର୍ମା ୩୧ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୫ ୱିକେଟ ହରାଇ ୧୬୪ ରନ କରି ପାରିଛି ।

ଏବେ ୧୬୫ ରନର ବିଜୟ ଲ କ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଚେନ୍ନାଇ ସୁପର କିଙ୍ଗସ । ଦଳ ପକ୍ଷରୁ ଦୁଇ ଓପନ ଏବେ ମୈଦାନକୁ ଓହ୍ଲାଇବେ । ଚେନ୍ନାଇକୁ ଏହି ମ୍ୟାଚ ଜିତିବାକୁ ହେଲେ ବଡ ପାଳି ଖେଳିବାକୁ ହେବ ।