ଆଇପିଏଲ ଟକ୍କର : ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକ । ୧୫୮ ରନ କଲା ହାଇଦ୍ରାବାଦ । ରାଜସ୍ଥାନ ଆଗରେ ୧୫୯ ରନ ଟାର୍ଗେଟ ।

77

କନକ ବ୍ୟୁରୋ : ଆଜିର ଆଇପିଏଲ ପ୍ରଥମ ମ୍ୟାଚରେ ମନୀଷ ପାଣ୍ଡେଙ୍କ ଦମଦାର ଅର୍ଦ୍ଧଶତକ ଦେଖିବାକୁ ମିଳିଛି । ଫଳରେ ହାଇଦ୍ରାବାଦ ଏହି ମ୍ୟାଚରେ ୧୫୮ ରନ କରିଛି । ଏବେ ରାଜସ୍ଥାନ ଆଗରେ ୧୫୯ ରନର ବିଜୟ ଲକ୍ଷ୍ୟ ରହିଛି । ରାଜସ୍ଥାନକୁ ଏହି ମ୍ୟାଚ ଜିତିବାକୁ ହେଲେ ଏକ ବଡ ପାଳି ଖେଳିବାକୁ ହେବ ।

ଏହି ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ବଡ ସ୍କୋର କରିବାରେ ସଫଳ ହୋଇନଥିଲା ଦଳ । ଦଳ ପକ୍ଷରୁ ମନୀଷ ପାଣ୍ଡେ ୩୪, ଡେଭିଡ ୱାର୍ଣ୍ଣର ୪୮ ଓ ୱିଲିୟମସନ ୨ ରନ କରିଥିଲେ । ଫଳରେ ଦଳ ୨୩୦ ଓଭରରେ ୪ ୱିକେଟ ହରାଇ ୧୫୮ ରନ କରିବାରେ ସକ୍ଷମ ହୋଇଛି ।

ଏବେ ୧୫୯ ରନ ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇବ ରାଜସ୍ଥାନ ଦଳ । ରାଜସ୍ଥାନରେ ଷ୍ଟିଭେନ ସ୍ମିଥ, ସଞ୍ଜୁ ସାମସନ ଓ ଜୋସ ବଟଲରଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ବେନ ଷ୍ଟୋକ ଆଜି ଦଳକୁ ଫେରିଛନ୍ତି । ତେଣୁ ଏହି ମ୍ୟାଚ ରାଜସ୍ଥାନ ବାଜି ମାରିବ ବୋଲି ଅନୁମାନ କରିହେଉଛି ।