ଟସ୍ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ କୋଲକାତା ।

75

କନକ ବ୍ୟୁରୋ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆଜି ଖେଳାଯିବ ରବିବାରର ରୋମାଞ୍ଚକର ଲଢେଇ । ହାଇଭୋଲଟେଜ୍ ମ୍ୟାଚରେ ମୁହାଁମୁହିଁ ହେବେ କୋଲାକାତା ନାଇଟ୍ ରାଇଡର୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ । ତେବେ କେନ୍ ୱିଲିୟମସନଙ୍କ ନେତୃତ୍ୱାଧୀନ ସନ୍ ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ।

ଏହି ମ୍ୟାଚ୍ ଉଭୟ ଟିମ୍ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସନ ରାଇଜର୍ସ ହାଇଦ୍ରାବାଦ୍ ଏକପ୍ରକାର ପ୍ଲେ-ଅଫ୍ ଦୌଡରୁ ବାଦ ପଡିସାରିଥିବା ବେଳେ ପ୍ଲେ-ଅଫ ଆଡକୁ ଆଗକୁ ବଢିବାକୁ ଆଜି ଜୋରଦାର କସରତ କରିବ ଇୟନ ମୋର୍ଗାନଙ୍କ ନେତୃତ୍ୱାଧୀନ କୋଲାକାତା ନାଇଟ୍ ରାଇଡର୍ସ । ପଏଣ୍ଟ ଟେବୁଲରେ କୋଲକାତା ୧୦ ଅଙ୍କ ସହ ଏବେ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ସନ୍ ରାଇଜର୍ସ ହାଇଦ୍ରାବାଦ ଏବଂ ମାତ୍ର ୪ ଅଙ୍କ ସହ ଟେବୁଲର ଶେଷରେ ରହିଛି ।