କନକ ବ୍ୟୁରୋ : ଦୁବାଇରେ ଆଉ କିଛି ସମୟ ପରେ ଖେଳାଯିବ ଆଇପିଏଲର ଦମଦାର ମୁକାବିଲା । ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ପ୍ରଥମେ ବୋଲିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।
ତେବେ ଆଜିର ମ୍ୟାଚରେ ଦିଲ୍ଲୀର ପଲ୍ଲା ଅଧିକ ଭାରି ରହିବ । କାରଣ ଚଳିତ ଆଇପିଏଲରେ ଦିଲ୍ଲୀ ଭଲ ପ୍ରଦର୍ଶନ କରିଆସିଛି । ସେପଟେ ଏହି ଆଇପିଏଲରେ ଉଭୟ ଦଳ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ । ପ୍ରଥମ ମ୍ୟାଚରେ ଦିଲ୍ଲୀ ସୁପର ଓଭରରେ ବିଜୟୀ ହୋଇଥିଲା ।
ପ୍ରଥମ ମ୍ୟାଚରେ ଉଭୟ ଦଳଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଦିଲ୍ଲୀ ୧୫୯ ରନ କରିଥିଲେ ବି ହାଇଦ୍ରାବାଦ ଏହାକୁ ପିଛା କରି ଡ୍ର କରିବାରେ ସଫଳ ହୋଇଥିଲା । ହେଲେ ସୁପର ଓଭରରେ ଦିଲ୍ଲୀ ବିଜୟୀ ହୋଇଥିଲା । ତେଣୁ ଏହି ମ୍ୟାଚରେ ବି କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ଚଳିତ ଆଇପିଏଲରେ ଦିଲ୍ଲୀ ୮ଟି ମ୍ୟାଚ ଖେଳି ୬ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜିତ ହୋଇଛି । ଏହା ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ହାଇଦ୍ରାବାଦ ୭ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ୬ଟି ପରାଜୟ ସହ ପଏଣ୍ଟ ଟେବୁଲର ସବାଶେଷରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/maxresdefault-1.jpg)