କିଏ ଏହି ହାଇଦ୍ରାବାଦର ମିଷ୍ଟ୍ରି ଗାର୍ଲ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

358

କନକ ବ୍ୟୁରୋ: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ଆରମ୍ଭ ହୋଇ ସାରିଛି । ଏଥିରେ ସନରାଇଜର୍ସ ହାଇଦ୍ରାବାଦର ଖରାପ ପ୍ରଦର୍ଶନ ମଧ୍ୟ ଜାରି ରହିଛି । ହାଇଦ୍ରାବାଦ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ୮ଟି ମ୍ୟାଚରୁ ୭ଟିରେ ପରାଜୟ ହୋଇଛି । ଯେଉଁଥିପାଇଁ ଫ୍ୟାନମାନେ ନିରାଶ ହୋଇଛନ୍ତି । ତେବେ ହାଇଦ୍ରାବାଦର ମ୍ୟାଚରେ ଜଣେ ମିଷ୍ଟ୍ର ଗାର୍ଲଙ୍କୁ ଦେଖିବାକୁ ମିଳିଛି । ଯିଏ ଗ୍ୟାଲେରୀରେ ବସି ହାଇଦ୍ରାବାଦ ଖେଳାଳିଙ୍କୁ ଚିୟର କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଯୁବତୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ତେବେ ଆସନ୍ତୁ ଜାଣିବା କିଏ ଏହି ମିଷ୍ଟ୍ର ଗାର୍ଲ ।

ଏହି ଯୁବତୀ ଜଣକ ଆଉ କେହି ନୁହନ୍ତି ବରଂ ସେ ହେଉଛନ୍ତି ସନରାଇଜର୍ସ ହାଇଦ୍ରାବାଦର ସିଇଓ କାଭ୍ୟା ମାରନ । ଦିଲ୍ଲୀ ବିପକ୍ଷ ମ୍ୟାଚରେ ହାଇଦ୍ରାବାଦର ପରାଜୟ ସମୟରେ କାଭ୍ୟାଙ୍କ ମୁହଁରେ ନିରାଶା ଦେଖିବାକୁ ମିଳିଥିଲା । ଆଉ ଏହାକୁ କ୍ୟାମେରାମ୍ୟାନ ବାରମ୍ବାର କଏଦ କରିଥିଲେ । ଯାହାକି ସୋସିଆଲମିଡିଆରେ ଖୁବ ଭାଇରାଲ ହୋଇଥିଲା ।

ଖେଳ ମଝିରେ ବାରମ୍ବାର କ୍ୟାମେରାମ୍ୟାନ ତାଙ୍କ ଉପରେ ଫୋକସ କରିଥିବାରୁ ଏହାକୁ ନେଇ ସୋସିଆଲମିଡିଆରେ ଟ୍ରୋଲ କରିଛନ୍ତି ୟୁଜର । ଜଣେ ୟୁଜର କହିଛନ୍ତି, ହାଇଦ୍ରାବାଦ ଗୋଟିଏ ମ୍ୟାଚ ଜିତି ନେଉ ଏହି ଝିଅ ପାଇଁ । ଆଉ ଜଣେ କହିଛନ୍ତି, କାଭ୍ୟାମାରନଙ୍କ ଏହି ଏକ୍ସପ୍ରେସନ ହାଇଦ୍ରାବାଦର ପୂରା କାହାଣୀ କହୁଛି ।

୨୮ ବର୍ଷିୟ କାଭ୍ୟା ମାରନ ସନ ମ୍ୟୁଜିକ ସହ ଜଡିତ । ସେ ୨୦୧୮ରେ ପ୍ରଥମ ହାଇଦ୍ରାବାଦକୁ ଚିୟର କରୁଥିବାର ନଜର ଆସିଥିଲେ । ଏବେ କାଭ୍ୟା ହାଇଦ୍ରାବାଦର ସିଇଓ ଅଛନ୍ତି । ଏମବିଏ ପାଠପଢା ପରେ କାଭ୍ୟା ବାପାଙ୍କ ସହ ମିଶି ବ୍ୟବସାୟ ସମ୍ଭାଳୁଛନ୍ତି ।