କନକ ବ୍ୟୁରୋ: ସନରାଇଜର୍ସ ହାଇଦ୍ରାବାଦ ନିଜର କୌଣସି ବି ଖେଳାଳିଙ୍କୁ ରିଟେନ କରିନପାରେ। ଅର୍ଥାତ ଗତ ଆଇପିଏଲରେ ଖେଳୁଥିବା ସମସ୍ତ ଖେଳାଳିଙ୍କୁ ହାଇଦ୍ରାବାଦ ଛାଡି ଦେଇଥିବା କୁହାଯାଉଛି । ହାଇଦ୍ରାବାଦ ନିଜ ଟ୍ୱିଟରେ କରିଥିବା ଏକ ପୋଷ୍ଟ ଏବେ ଏହାକୁ ନେଇ ଚର୍ଚ୍ଚା ବଢାଇଛି ।
We thank the players for their contribution to SRH over the years. This is not a goodbye, as we hope to welcome back some Risers in the auction 🧡#ForeverOrange pic.twitter.com/imZmqNCpIm
— SunRisers Hyderabad (@SunRisers) November 30, 2021
ହାଇଦ୍ରାବାଦ ନିଜ ଟିମର ଏକ ଫଟୋ ଟ୍ୱିଟ କରି ଲେଖିଛି, ଦଳର ସମସ୍ତ ଖେଳାଳିଙ୍କୁ ତାଙ୍କର ଅବଦାନ ପାଇଁ ଧନ୍ୟବାଦ । ଏହା ଏକ ଗୁଡ ବାଏ ନୁହେଁ, ଆମେ ଆଶା ରଖିଛୁ ପୁଣି ନିଲାମୀରେ ଆମ ଟିମକୁ ଫେରି ଆସନ୍ତୁ ।
ଯଦି ହାଇଦ୍ରାବାଦ ନିଜର ସବୁ ଖେଳାଳିଙ୍କୁ ଛାଡି ଦେଇଥିବ ତେବେ ଦଳର ୯୦ କୋଟି ଟଙ୍କା ବଞ୍ଚିଯିବ । ବିସିସିଆଇ ୩୦ ନଭେମ୍ବର ଯାଏଁ ସବୁ ଟିମକୁ ଅତିବେଶୀରେ ୪ ଜଣ ଲେଖାଏଁ ଖେଳାଳିଙ୍କୁ ରିଟେନ ରଖିବାର ସୁଯୋଗ ଦେଇଥିଲା । ଏହି ୪ ଖେଳାଳିଙ୍କୁ କିଣିବାକୁ ଗୋଟିଏ ଟିମ ୯୦ କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତା ।