ସନରାଇଜର୍ସ ହାଇଦ୍ରାବାଦକୁ ଝଟକା । ଆଇପିଏଲରୁ ବାଦ ପଡିଲେ ଭୁବନେଶ୍ୱର କୁମାର । ଚେନ୍ନାଇ ବିପକ୍ଷ ମ୍ୟାଚରେ ହୋଇଥିଲେ ଆହତ ।

214

 କନକ ବ୍ୟୁରୋ : ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଛି ବଡ ଝଟକା । ଦଳର ପ୍ରମୁଖ ପେସ ବୋଲର ଭୁବନେଶ୍ୱର କୁମାର ଚଳିତ ଆଇପିଏଲରୁ ବାଦ ପଡିଛନ୍ତି । ତାଙ୍କ ମାଂସପେଶୀରେ ଆଘାତ ଲାଗିଥିବାରୁ ସେ ଆଗାମୀ ଆଇପିଏଲ ମ୍ୟାଚ ଖେଳିପାରିବେନି ବୋଲି କୁହାଯାଇଛି । ହେଲେ ସେ ଆଗାମୀ ମ୍ୟାଚ ଖେଳିବେ ନା ନାହିଁ ସେନେଇ ହାଇଦ୍ରାବାଦ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ସେ ଚେନ୍ନାଇ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ।

ଗତ ଶୁକ୍ରବାର ଚେନ୍ନାଇ ସପର କିଙ୍ଗସ୍ ବିପକ୍ଷରେ ମ୍ୟାଚ ଖେଳୁଥିବା ସମୟରେ ଭୁବନେଶ୍ୱର କୁମାର ଆହତ ହୋଇଥିଲେ । ତାଙ୍କ ମାଂସପେଶୀରେ ଗଭୀର ଆଘାତ ଲାଗିବାରୁ ସେ ମ୍ୟାଚ ଅଧାରୁ ପଡିଆ ଛାଡିଦେଇଥିଲେ । ଫଳରେ ତାଙ୍କ ବାକି ଓଭର ଖଲ୍ଲୀଲ ଅହମ୍ମଦ ପୂରଣ କରିଥିଲେ । ହେଲେ ଏହି ମ୍ୟାଚରେ ହାଇଦ୍ରାବାଦ ବଜୟୀ ହୋଇଥିଲା ।

ଭୁବନେଶ୍ୱର ମୁମ୍ବାଇ ବିପକ୍ଷ ମ୍ୟାଚରେ ମଧ୍ୟ ଖେଳିନଥିଲେ । ତାଙ୍କ ଅନୁପସ୍ଥିତିକୁ ଡେଭିଡ ୱାର୍ଣ୍ଣର ବହୁତ ବଡ କ୍ଷତି ବୋଲି କହିଥିଲେ । ଭୁବନେଶ୍ୱର କୁମାରଙ୍କ ଆଘାତ ବହୁତ ଗଭୀର ବୋଲି ଅନୁମାନ କରାଯାଉଛି । କାରଣ ସେ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରୁ ମଧ୍ୟ ବାଦ ପଡିପାରନ୍ତି ବୋଲି କୁହାଯାଉଛି ।