ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ଲଗାତାର ଦ୍ୱିତୀୟ ପରାଜୟ । ଚେନ୍ନାଇକୁ ୬ ୱିକେଟର ହରାଇଲା ସନରାଇଜର୍ସ ହାଇଦ୍ରାବାଦ ।

ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ଲଗାତାର ଦ୍ୱିତୀୟ ପରାଜୟ । ଚେନ୍ନାଇକୁ ୬ ୱିକେଟର ହରାଇଲା ସନରାଇଜର୍ସ ହାଇଦ୍ରାବାଦ ।

କନକ ବ୍ୟୁରୋ: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ଲଗାତାର ଦ୍ୱିତୀୟ ପରାଜୟ । ଚେନ୍ନାଇକୁ ୬ ୱିକେଟର ହରାଇଛି ସନରାଇଜର୍ସ ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ୫ ୱିକେଟରେ ୧୬୫ ରନ କରିଥିଲା ଚେନ୍ନାଇ । ଦଳ ପକ୍ଷରୁ କୌଣସି ବ୍ୟାଟର ଅର୍ଦ୍ଧଶତକ ମାରିପାରିନଥିଲେ । ୱିକେଟ ଥାଇ ମଧ୍ୟ ଦଳ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ଯେଉଁଥିପାଇଁ ସେମାନଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । କେବଳ ଶିବମ ଦୁବେ ୨୪ ବଲରୁ ୪୫ ରନ କରିବାକୁ ଦଳ ଏତେ ରନ କରିବାରେ ସକ୍ଷମ ହୋଇଥିଲା । ୧୬୬ ରନର ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ୧୮ ଓଭର ଏବଂ ଗୋଟିଏ ବଲରେ ମ୍ୟାଚ ଜିତିନେଇଥିଲା ।

ଦଳ ପକ୍ଷରୁ ଦୁଇ ଓପନର ଟ୍ରେଭିସ ହେଡ ୩୧ ରନ କରିଥିବା ବେଳେ ଅଭିଶେକ ଶର୍ମା ୩୭ ରନ କରିଥିଲେ । ପରେ ଏଡିନ ମାକ୍ରମ ଅର୍ଦ୍ଧଶତକ ଦଳକୁ ବିଜୟୀ କରାଇବାରେ ସହାୟକ ହୋଇଥିଲା । ତେବେ ଆଇପିଏଲ ପଏଂଟ ଟେବୁଲରେ କୋଲକତା ରାଜସ୍ଥାନ ୩ଟିରୁ ୩ଟି ମ୍ୟାଚ ଜିତି ଶୀର୍ଷରେ ରହିଥିବା ବେଳେ ଚେନ୍ନାଇ ୪ଟିରୁ ଦୁଇଟି ମ୍ୟାଚ ଜିତି ତୃତୀୟରେ ଅଛି । ଆଜି ରାଜସ୍ଥାନ ଓ ବେଙ୍ଗାଳୁରୁ ମଧ୍ୟରେ ହେବ ଟକ୍କର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe