ଯୋଦ୍ଧା ଚରିତ୍ରରେ ସନ୍ନି ଲିଓନି ! ପ୍ରଥମଥର ପାଇଁ ଏଭଳି ଏକ ରୋଲରେ କରିବେ ଅଭିନୟ ।

48

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କ ସାଉଥ ଇଣ୍ଡିଆନ ଫିଲ୍ମ ‘ବୀରମାଦେବୀ’ର ପ୍ରଥମ ପୋଷ୍ଟର ରିଲିଜ କରାଯାଇଛି । ସନ୍ନି ନିଜ ଟ୍ୱିଟର ଆକାଉଣ୍ଟରେ ଫିଲ୍ମର ଏହି ଫଟୋକୁ ସେୟାର କରିଛନ୍ତି । ଏହା ସହିତ ସେ ଲେଖିଛନ୍ତି ‘ଏହାକୁ ଆପଣଙ୍କ ସହିତ ସେୟାର କରିବା ପାଇଁ ଅଧିକ ଉତ୍ସୁକ ଥିଲି । ବୀରମାଦେବୀର ପ୍ରଥମ ପୋଷ୍ଟରରେ ସନ୍ନି ଲିଓନି ଯୋଦ୍ଧା ଚରିତ୍ରରେ ନଜର ଆସିଛନ୍ତି ।

ତେଲଗୁ-ତାମିଲ ନିର୍ମିତ ଏହି ଫିଲ୍ମକୁ ମାଲୟାଲମ, କନ୍ନଡ ଏବଂ ହିନ୍ଦୀ ଭାଷାରେ ରିଲିଜ କରାଯିବ । ଏହା ପୂର୍ବରୁ ସନ୍ନି ଅନେକ ସାଉଥ ଫିଲ୍ମର ଗୀତରେ ନଜର ଆସିଛନ୍ତି । କିନ୍ତୁ ପ୍ରଥମ ଥର ପାଇଁ ସନ୍ନି କୌଣସି ସାଉଥ ଫିଲ୍ମରେ ଲିଡ ରୋଲରେ ନଜର ଆସିବେ । ଫିଲ୍ମର ସୁଟିଂ ଏବେ ଚାଲିଥିବା ବେଳେ ନିର୍ଦ୍ଦେଶକ ବି ସି ୱାଡିବୁଡ୍ୟାନ ଫିଲ୍ମରେ ଖୁବ ଖର୍ଚ୍ଚ କରୁଥିବା ଚର୍ଚ୍ଚା ହେଉଛି । ଫିଲ୍ମରେ ଉଚ୍ଚ କୋଟୀର ଭିଜୁଆଲ ଇଫେକ୍ଟ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ମଧ୍ୟ ପିରିୟଡ ଡ୍ରାମା ଫିଲ୍ମ ବକ୍ସ ଅଫିସରେ ସଫଳ ହୋଇଛି । ତେବେ ଦେଖିବାକୁ ବାକି ରହିଲା ସନ୍ନିଙ୍କ ଏହି ଫିଲ୍ମ ବକ୍ସ ଅଫିସରେ କେତେ ସଫଳ ହେଉଛି ।