sunny-leoneହଲିଉଡର ପର୍ଣ୍ଣଷ୍ଟାର୍ ଏବେ ବଲିଉଡର ବୋଲଡ ଆକ୍ଟ୍ରେସ୍ । ଫିଲ୍ମ ଜିସ୍ମ – ୨ ସଫଳତା ହିନ୍ଦି ଫିଲ୍ମ ଜଗତରେ ନାମୀ କଳାକାର ସାଜିଛନ୍ତି ସନ୍ନି । ଭାରତୀୟ ବଂଶୋଭବ ସନ୍ନିଙ୍କୁ ଅତି ସହଜରେ ଗ୍ରହଣ କରି ସାରିଛନ୍ତି ଭାରତୀୟ ଦର୍ଶକ । ଆଉ ଏବେ ଫିଲ୍ମ ଦୁନିଆରୁ ଖୁବ୍ ଭଲ ଇନକମ୍ ବି କରୁଛନ୍ତି ସନ୍ନି ।

Advertisment

ନିକଟରେ ଏକ ଜାତୀୟସ୍ତରର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସନ୍ନି ଖୋଲିଛନ୍ତି ନିଜ ମନି ଫଣ୍ଡା । ପାରିଶ୍ରମିକ ବାବଦରେ ମିଳୁଥିବା ଅର୍ଥର ୪୦ % ସେ ସେୟାର ବଜାରରେ ଖଟାନ୍ତି । କେବେ ଲାଭ ହୁଏ , କେବେ କ୍ଷତି । ହେଲେ ସେ ସେୟାର ବଜାରରେ ଖୁବ୍ ବିଶ୍ୱାସ ତାଙ୍କର ।

sunny-leone-ସେହିପରି ଜମି କିଣାରେ ଇନକମର ୩୦% ଓ ସୁନା କିଣାରେ ୩୦% ଅର୍ଥ ନିବେଶ କରନ୍ତି । ଠିକ୍ ମାରୱାଡିଙ୍କ ଭଳି ସନ୍ନି ରଖନ୍ତି ନିଜ ଟଙ୍କର ହିସାବ ନିକାଶ । ବଦନାମ ଗଳିରୁ କ୍ୟାରିୟର ଆରମ୍ଭ କରିଛନ୍ତି ହେଲେ ଜମାରୁ ବଦ୍ ଖର୍ଚ୍ଚି ନୁହନ୍ତି ସନ୍ନି ।

କାରଣ ସନ୍ନି ମାତ୍ର ୧୮ ବର୍ଷ ବୟସରେ ଆରମ୍ଭ କରିଥିଲେ ନିଜ ଷ୍ଟାଟ୍ ଅପ୍ ।ୱେବ୍ ସାଇଟ୍ କରି ନିଜ ବୋଲ୍ଡ ଫଟୋକୁ ସେୟାର କରୁଥିଲେ । ଖୁବ୍ ବିନ୍ଦାସ ତାଙ୍କ ମିଜାଜ୍ । ଅଯଥା ଖର୍ଚ୍ଚକୁ କାଟିବାକୁ ନିଜ ଫଟୋକୁ ନିଜେ ଏଡିଟ୍ କରୁଥିଲେ । ହେଲେ ସନ୍ନିଙ୍କ ଗୋଟିଏ ସଉକ୍ ରହିଛି । ତାହା ହେଉଛି ନିଜ ଘରକୁ ସଜାଇବା । ସେ କ୍ଷେତ୍ରରେ ଲାଭ କ୍ଷତିର ହିସାବ ନକରି ସନ୍ନି ହାତ ଖୋଲା ଖର୍ଚ୍ଚ କରନ୍ତି ।