ନିଜର ନିଆରା ଅନ୍ଦାଜ୍ ଓ ବୋଲ୍ଡନେସ୍ ପାଇଁ ଚର୍ଚ୍ଚିତ ଅଭିନେତ୍ରୀ ସନ୍ନି ଲିଓନି ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି । ପର୍ଣ୍ଣଷ୍ଟାରର ଟ୍ୟାଗ୍ ଲାଗି ସୁଦ୍ଧା ସନ୍ନି ଗୋଟିଏ ପରେ ସଫଳତା ହାତେଇ ଚାଲିଛନ୍ତି । ୟାହୁ ଇଣ୍ଡିଆ ତାଲିକାରେ ୨୦୧୬ର ଇଣ୍ଟରନେଟରେ ସବୁଠାରୁ ଅଧିକ ଥର ଖୋଜା ଯାଇଥିବା ବ୍ୟକ୍ତିତ୍ୱ ପାଲଟିଛନ୍ତି ସନ୍ନି । ଏହି ତାଲିକାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସଲମାନ୍ ଖାନଙ୍କୁ ମଧ୍ୟ ପଛରେ ପକାଇଛନ୍ତି । କ୍ରମାଗତ ୫ଥର ପାଇଁ ସନ୍ନି ଏହି ସଫଳତାର ହକଦାର୍ ହୋଇଛନ୍ତି ।
ତାଲିକାର ଦ୍ୱିତୀୟ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିବା ବେଳେ ତୃତୀୟ ସ୍ଥାନରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ । ଏହା ସହ ସୁଲତାନ୍ ସଲମାନ୍ ଅଛନ୍ତି ଚତୁର୍ଥ ସ୍ଥାନରେ । ତେବେ ସଲମାନ୍ ହେଉଛନ୍ତି ଅଧିକ ଥର ଖୋଜା ଯାଇଥିବା ପୁରୁଷ ସେଲିବ୍ରିଟିି । ଆଉ ଦ୍ୱିତୀୟ ସ୍ଥାନରେ ଥିବା ସେଲିବ୍ରିଟି ହେଲେ କମେଡିଆନ୍ କପିଲ୍ ଶର୍ମା ।
ସେହିପରି ନିଜ ବିବାହ ପାଇଁ ଚର୍ଚ୍ଚାରେ ରହିଥିବା ହଟ୍ ଓ ସେକ୍ସି ଅଭିନେତ୍ରୀ ବିପାଶା ବସୁଙ୍କୁ ଅଧକ ଥର ସର୍ଚ୍ଚ କରାଯାଇଛି । ଫିମେଲ୍ ସେଲିବ୍ରିଟି ବିଭାଗରେ ସେ ଦୀପିକା ପାଦୁକୋନଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତୃତୀୟରେ ଦୀପିକା ଥିବାବେଳେ ଚତୁର୍ଥ ସ୍ଥାନରେ ଅଛନ୍ତି କ୍ୟାଟ୍ରିନା କୈଫ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/sunnyleone-narendramodi.jpg)