ନିର୍ବାଚନରେ ଅଧିକ ଟଙ୍କା ଖର୍ଚ୍ଚ କରି ଅଡୁଆରେ ସନ୍ନି ଦେୱଲ । ରଦ୍ଦ ହୋଇପାରେ ସଦସ୍ୟତା ।

ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ନିର୍ବାଚନ ଆୟୋଗରେ ଅଭିଯୋଗ ହୋଇଥିଲା

241

ଜୁନ୍ ୧୯ରେ ପଞ୍ଜାବର ଗୁରୁଦାସପୁରରୁ ବିଜେପି ସାଂସଦ ହୋଇଥିବା ଅଭିନେତା ସନ୍ନି ଦେଓଲଙ୍କ ସାଂସଦ ସଦସ୍ୟତା ରଦ୍ଦ ହୋଇପାରେ ବୋଲି ଖବର ମିଳିଥିଲା । ଚଳିତ ବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ସେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ନିର୍ବାଚନ ଆୟୋଗରେ ଅଭିଯୋଗ ହୋଇଥିଲା । ଯାହା ପରେ ନିର୍ବାଚନ ଆୟୋଗ ଏ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ । ଏବେ ତଦନ୍ତ କରାଯିବା ପରେ ସନ୍ନିଙ୍କ ଉପରେ ଲାଗିଥିବା ଅଭିଯୋଗ ସତ ବୋଲି ପ୍ରମାଣ ହୋଇଛି । ଯଦି ନିର୍ବାଚନ ନିୟମ ଅନୁଯାୟୀ ନିର୍ବାଚନ ଆୟୋଗ ସନ୍ନିଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି, ତେବେ ତାଙ୍କର ସାଂସଦ ସଦସ୍ୟତା ରଦ୍ଦ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନା ମୁତାବକ, ଗୁରୁଦାସପୁରର ଜିଲ୍ଲା ନିର୍ବାଚନ ଅଧିକାରୀ ବିପୁଳ ଉଜ୍ଜ୍ୱଳ ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ କରୁଣା ରାଜୁଙ୍କୁ ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରେ ସନ୍ନି ଦେଓଲ ନିର୍ବାଚନରେ ୭୮.୫୧ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଲେଖା ଯାଇଛି । ଖର୍ଚ୍ଚର ସୀମା ୭୦ଲକ୍ଷ ଥିବା ବେଳେ ସନ୍ନି ୮.୫୧ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ କରିଛନ୍ତି । ତେବେ ଏ ନେଇ ସନ୍ନିଙ୍କୁ କେଉଁ ଦଣ୍ଡ ଦିଆଯିବ ତାହା ଦେଖିବାକୁ ବାକି ରହିଲା ।