ମୁଣ୍ଡରେ ପଗଡି ବାନ୍ଧି ଗୁରଦାସପୁରରୁ ନାମାଙ୍କନ ଦାଖଲ କଲେ ସନି ଦେଓଲ୍ ! ନାମାଙ୍କନ ଦାଖଲ ବେଳେ ସାଙ୍ଗରେ ଥିଲେ ସାନଭାଇ ବବି ଦେଓଲ୍ ।

274

ବଲିଉଡ୍ ଅଭିନେତା ସନି ଦେଓଲ୍ ପଞ୍ଜାବ ଗୁରଦାସପୁରରୁ ନାମାଙ୍କନ ଭରିଛନ୍ତି । ନାମାଙ୍କନ ଦାଖଲ କରିବା ସମୟରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏବଂ ବିକେ ସିଂହ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ସନି ଦେଓଲ୍ ନିଜ ଅସଲ ନାଁ ଅଜୟ ସିଂହ ଦେଓଲ୍ ନାଁରେ ଯାଚିକା ଦାଖଲ କରିଛନ୍ତି । ସନି ଦେଓଲଙ୍କ ସହ କଭରିଙ୍ଗ୍ କ୍ୟାଣ୍ଡିଡେଟ୍ ରୁପରେ ପୂର୍ବ ବିଜେପି ଅଧ୍ୟକ୍ଷ ଅଶ୍ୱିନ୍ ଶର୍ମା ମଧ୍ୟ ନିଜ ନାମାଙ୍କନ ଦାଖଲ କରିଥିଲେ । ସନିଙ୍କ ସହ ତାଙ୍କ ସାନଭାଇ ଅଭିନେତା ବବି ଦେଓଲ୍ ନାମାଙ୍କନ ଦାଖଲ ସମୟରେ ତାଙ୍କ ସହ ଥିଲେ ।

 

ସନି ଦେଓଲ୍ ନାମାଙ୍କନ ପରେ ରାଲି କରିବାର ପ୍ରୋଗ୍ରାମ୍ ରହିଛି । ରାଲି ପରେ ଦୁଇ ଭାଇଙ୍କୁ ମୁମ୍ବାଇ ନାମାଙ୍କନ ଭରିବା ପାଇଁ ମଧ୍ୟ ଯିବାକୁ ପଡିବ । ମେ ୧ ପରେ ସନି ଲଗାତାର ନିଜ କ୍ଷେତ୍ରରେ ପ୍ରଚାର କରିବେ । ତାଙ୍କ ପିତା ଧର୍ମେନ୍ଦ୍ର ଏବଂ ଭାଇ ବବି ଦେଓଲ୍ ମଧ୍ୟ ତାଙ୍କ ପାଇଁ ପ୍ରଚାର କରିବେ । ତାଙ୍କ ବିପକ୍ଷରେ କଂଗ୍ରେସର ସୁନୀଲ୍ ଜାଖଡ୍ ରହିଛନ୍ତି ।