ଲୋକସଭା ନିର୍ବାଚନର ସପ୍ତମ ଚରଣରେ ପଞ୍ଜାବରେ ମତଦାନ ହେବାକୁ ଯାଉଛି । ପଞ୍ଜାବର ଗୁରୁଦାସପୁରରୁ ବିଜେପିର ଲୋକସଭା ପ୍ରାର୍ଥୀ ତଥା ବଲିଉଡ୍ ସୁପରଷ୍ଟାର୍ ସନି ଦେଓଲ୍ ଙ୍କ ଗାଡି ସୋମବାର ସକାଳ ଏକ ଦୂର୍ଘଟଣାର ଶିକାର ହୋଇଛି । ପ୍ରଚାର ସମୟରେ ଏଭଳି ଦୂର୍ଘଟଣା ହୋଇଥିବା କଥା କୁହାଯାଉଛି । ତେବେ ସନି ଉକ୍ତ ଗାଡିରେ ଥିଲେ କି ନା ତାହା ଏ ପର୍ଯ୍ୟନ୍ତ କୁହାଯାଇପାରୁନାହିଁ ।
ତେବେ ଆପଣଙ୍କୁ କହିରଖୁଛୁ ନିକଟରେ ସନି ଦେଓଲ୍ ବିଜେପିରେ ସାମିଲ୍ ହୋଇଥିଲେ । ଏହାପରେ ଗୁରଦାସପୁରରୁ ତାଙ୍କୁ ବିଜେପି ନିର୍ବାଚନ ଲଢିବା ପାଇଁ ଟିକଟ୍ ଦେଇଥିଲା । ଟିକଟ୍ ମିଳିବା ପରେ ସନି ଦେଓଲ୍ ଗୁରଦାସପୁରରେ ପ୍ରଚାର ଜୋରସୋରରେ ଆରମ୍ଭ କରିଦେଇଛନ୍ତି । ସନିଙ୍କ ସହ ତାଙ୍କ ଛୋଟଭାଇ ବବି ଏବଂ ବାପା ଧର୍ମେନ୍ଦ୍ର ମଧ୍ୟ ପ୍ରଚାରରେ ସାମିଲ୍ ହୋଇଛନ୍ତି । ସେ ଷ୍ଟାର୍ ପ୍ରଚାରରେ ମଧ୍ୟ ସାମିଲ୍ ହେଉଛନ୍ତି । ସନିଙ୍କ ଗୋଟିଏ ଝଲକ ପାଇବା ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ୍ ବଢୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/Sunny-Deol-Road-Show-2.jpg)
/kanak/media/post_attachments/wp-content/uploads/2019/05/Sunny-Deol-300x200.jpeg)