ଅଭିନେତାରୁ ରାଜନେତା ବନିଥିବା ନବ ନିର୍ବାଚିତ ବିଜେପି ସାଂସଦ ସନ୍ନି ଦେଓଲଙ୍କୁ ନିର୍ବାଚନ କମିସନ ନୋଟିସ୍ କରିପାରନ୍ତି । ନିକଟରେ ସରିଥିବା ଲୋକସଭା ନିର୍ବାଚନରେ ସନ୍ନି ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ମାନିନାହାନ୍ତି । ନିର୍ବାଚନୀ ପ୍ରଚାର ଖର୍ଚ୍ଚ ପାଇଁ କମିସନ୍ ୭୦ ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିବାବେଳେ ସନ୍ନି କମିସନଙ୍କ ନିର୍ଦ୍ଦେଶ ନମାନି ପ୍ରଚାରରେ ୮୬ ଲକ୍ଷ ଖର୍ଚ୍ଚ କରିଛନ୍ତି ।
ଏନେଇ ସନ୍ନିଙ୍କ ବିରୋଧରେ ଅଭିଯୋଗ ଦାଖଲ ହୋଇଛି ଏବଂ ନିର୍ବାଚନ କମିସନ୍ ସନ୍ନିଙ୍କୁ ନୋଟିସ କରିଛନ୍ତି । ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତେବେ କମିସନ୍ ସନ୍ନିଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ଏବଂ ଏପରିକି ସନ୍ନିଙ୍କ ସଦସ୍ୟଦା ପଦ ମଧ୍ୟ ରଦ୍ଦ ହୋଇପାରେ ବୋଲି କୁହାଯାଉଛି । ଉଲ୍ଲେଖଯୋଗ୍ୟ ସନ୍ନି ଦେଓଲ ପଂଜାବର ଗୁରୁଦାସପୁର ଲୋକସଭା ଆସନରେ କଂଗ୍ରେସର ସୁନିଲ ଜାଖରଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/c4bcdc5a-6592-11e9-b8c7-d9ea8f4e8ad0.jpg)
/kanak/media/post_attachments/wp-content/uploads/2019/06/sunny-deol-orange_d-300x197.jpg)