ରାଜନୀତି ପଡିଆରେ ଗୌତମ ଗମ୍ଭୀର କରିବେ ବ୍ୟାଟିଙ୍ଗ୍ ! ସେପଟେ ବିଜେପି ପରିବାରର ସଦସ୍ୟ ହେଲେ ଅଭିନେତା ସନି ଦେଓଲ୍ ।

147

ଟିମ୍ ଇଣ୍ଡିଆକୁ ୨୦୦୭ ରେ ଟି-୨୦ ବିଶ୍ୱକପ୍ ଏବଂ ୨୦୧୧ ରେ ୫୦ ଓଭର୍ ବିଶ୍ୱକପ୍ ଜିତାଇବାରେ ମୁଖ୍ୟ ଭୂମିକା ନିଭାଇଥିବା ଗୌତମ ଗମ୍ଭୀର ଆଜି ରାଜନୀତିର ପ୍ରଥମ ପାହାଚ ଚଢିବାକୁ ଯାଉଛନ୍ତି । ରାଜଧାନୀର ପୂର୍ବ ଦିଲ୍ଲୀ ଲୋକସଭା ସିଟ୍ ରୁ ବିଜେପି ଟିକେଟରେ ଗମ୍ଭୀର ନିର୍ବାଚନ ଲଢିବାକୁ ଯାଉଛନ୍ତି । ଯେଉଁଥିପାଇଁ ସେ ଆଜି ନାମାଙ୍କନ ପତ୍ର ଭରିଛନ୍ତି ଏବଂ ଏହା ପୂର୍ବରୁ ସେ ପୂଜାପାଠ ମଧ୍ୟ କରିଥିଲେ । ଯାହାପରେ ରୋଡ୍ ଶୋ ମଧ୍ୟ କରିଥିଲେ । ସୋମବାର ଗୌତମ ଗମ୍ଭୀର ବିଜେପି ନିଜ ପ୍ରତ୍ୟାଶୀ କରିଥିଲା । ତେବେ ଆପଣଙ୍କୁ କହିରଖୁଛୁ ଦିଲ୍ଲ୍ୀର ୭ ଟି ସିଟରୁ ନାମାଙ୍କନ ଦାଖଲ କରିବାର ଆଚି ହେଉଛି ଅନ୍ତିିମ ତାରିଖ । ସେ ରୋଡ ସୋ’ରେ କହିଥିଲେ ସେ ଭାରତୀୟ ଜନତା ପାର୍ଟିର ବିଚାରଧାରାକୁ ଆଗକୁ ବଢାଇବା ପାଇଁ କାମ କରିବେ ଏବଂ ଦେଶ ପାଇଁ କାମ କରିବେ । ପୂର୍ବ ଦିଲ୍ଳରେ ଗୌତମ ଗମ୍ଭୀରଙ୍କ ମୁକାବିଲା କଂଗ୍ରେସର ଅରବିନ୍ଦର ସିଂହ ଲବଲୀଙ୍କ ଏବଂ ଆପ୍ ର ଆତିଶିଙ୍କ ସହ ରହିଛି । ତେବେ ଗମ୍ଭୀର ନିକଟରେ ହିଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଉପସ୍ଥିତିରେ ବିଜେପି ଜଏନ୍ କରିଥିଲେ ।

ଅନ୍ୟପଟେ ନାମୀ ଅଭିନେତା ସନି ଦେଓଲ୍ ମଧ୍ୟ ରାଜନୀତିରେ ପାଦ ଦେଇଛନ୍ତି । ଦିଲ୍ଲୀରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି । ପାର୍ଟି ହେଡକ୍ୱାଟରରେ ରକ୍ଷାମନ୍ତ୍ରୀ ନିର୍ମଳା ସିତାରମଣ୍ ତାଙ୍କୁ ପାର୍ଟିରେ ସାମିଲ୍ ହେଲାବେଳେ ଫୁଲ ଦେଇ ତାଙ୍କୁ ସ୍ୱାଗତ କରିଥିଲେ । କୁହାଯାଉଛି କି ବିଜେପି ତାଙ୍କୁ ଗୁରଦାସପୁରରୁ ନିର୍ବାଚନ ମଇଦାନରେ ଓହ୍ଲାଇବ । ଏହି ସମୟରେ ସନି କହିଥିଲେ ଯେଉଁଭଳି ମୋ ବାପା ଅଟଳ ଜୀଙ୍କ ସମୟରେ ବିଜେପି ପରିବାର ସହ ମିଶିଥିଲେ ଆଜି ମୁଁ ଠିକ୍ ସେମିତି ମୋଦି ଜୀଙ୍କ ସମୟରେ ବିଜେପିର ସଦସ୍ୟ ହେବାକୁ ଆସିଛି । ସେ ଚାହାନ୍ତି ଯେ ମୋଦି ଆହୁରି ୫ ବର୍ଷ ପ୍ରଧାନମନ୍ତ୍ରୀ ଆସନରେ ବସନ୍ତୁ । ଦେଶର ଯୁବାବର୍ଗଙ୍କୁ ମୋଦି ଜୀଙ୍କ ଭଳି ଜଣେ ନେତାଙ୍କ ଆବଶ୍ୟକତା ରହିଛି । ମୁଁ ଏହି ପରିବାର ସହ ଜଡିତ ହୋଇ ହୃଦୟରୁ ଯାହା କରିପାରିଲି ତାହା କରିବି । ତେବେ ଆପଣଙ୍କୁ କହିରଖୁଛୁ ଦେଓଲ ପରିବାରରୁ ହେମାମାଲିନୀ ପ୍ରଥମରୁ ମଥୁରାରୁ ବିଜେପି ଟିକେଟରୁ ଲଢେଇ କରୁଛନ୍ତି । ବର୍ତ୍ତମାନ ସନି ମଧ୍ୟ ଏହି ତାଲିକାରେ ସାମିଲ୍ ହୋଇଛନ୍ତି ।