କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ-୨୬ର ସୁଙ୍କି ଘାଟି ରାସ୍ତା ଶୋଚନୀୟ ହୋଇପଡିଛି । ଏହି ଜାତୀୟ ରାଜପଥଟି ଆନ୍ଧ୍ରପ୍ରଦେଶର ବିଜୟନଗରମରୁ ଛତିଶଗଡର ଜଗଦଲପୁର ପର୍ଯ୍ୟନ୍ତ ଲମ୍ବିଛି । ଜାତୀୟ ରାଜପଥର ପଟାଙ୍ଗି ବ୍ଲକର ସୁଙ୍କି ଘାଟି ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ଘାଟି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବା ବେଳେ ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ପ୍ରତିଦିନ ଛୋଟବଡ଼ ଧରଣର ଦୁର୍ଘଟଣା ଘଟୁଛି ।
/kanak/media/post_attachments/wp-content/uploads/2019/05/1525587428_1525587408760.jpg)
ଘାଟିର ରାସ୍ତା ପାର୍ଶ୍ବରେ ଦିଆଯାଇଥିବା ମାଟି ଧୋଇ ହୋଇ ଯିବା ସହ ସିମେଣ୍ଟର ଗାର୍ଡ ୱାଲ ଗୁଡିକ ବି ଭାଙ୍ଗି ଗଲାଣି। ଓଡିଶା ସୀମା ଭିତରେ ଥିବା ରାସ୍ତାର ଅବସ୍ଥା ଠାରୁ ଆନ୍ଧ୍ର ସୀମାରେ ରହିଥିବା ରାସ୍ତା ଅଧିକ ଦୟନୀୟ ହୋଇଯାଇଛି । ଉଭୟ ରାଜ୍ୟର ବିଭାଗୀୟ ଅଧିକାରୀ ତୁରନ୍ତ ଏହାର ମରାମତି କରିବା ସହ ସୃଷ୍ଟି ହୋଇଥିବା ଗାତ ଗୁଡିକର ମରାମତି କରିବାକୁ ଦାବି ହୋଇଛି ।