କନକ ବ୍ୟୁରୋ : ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ରଚିଲେ ଇତିହାସ । ତୃତୀୟ ଥର ପାଇଁ ଅନ୍ତରୀକ୍ଷକୁ ଉଡ଼ାଣ ଭରିଲେ ସୁନୀତା ୱିଲିୟମ୍ସ । ଫ୍ଲୋରିଡାର କାନଭେରାଲ ସ୍ପେସ ଫୋର୍ସ ଷ୍ଟେସନରୁ ମହାକାଶଚାରୀ ବଚ୍ ୱିଲମୋରଙ୍କ ସହ ମିଶି ଉଡାଣ ଭରିଛନ୍ତି ସୁନୀତା । ଲଞ୍ଚ ଆଲାଏନ୍ସ ଆଟାଲାସ ଭି ରକେଟ ଓ ବୋଇଂ ଷ୍ଟାରଲିନର ମିଳିତ ମହାକାଶ ଅଭିଯାନରେ ଉଭୟ ମହାକାଶ ଅଭିମୁଖେ ଯାତ୍ରା କରିଛନ୍ତି । ଯାନ୍ତ୍ରିକ ତ୍ରୁଟି ଯୋଗୁ ପୂର୍ବରୁ ଦୁଇଥର ଏହି ମିଶନ ସ୍ଥଗିତ ରହିଥିବା ବେଳେ ଗୁରୁବାର ଏହି ମିଶନ ସଫଳତାର ସହ ପୂରଣ ହୋଇଛି ।
ସୁନୀତା ୱିଲିୟମ୍ସଙ୍କର ମହାକାଶ ଅଭିମୁଖେ ଏହା ତୃତୀୟ ଉଡାଣ । ଏହା ପୂର୍ବରୁ ୫୯ ବର୍ଷୀୟ ସୁନୀତା ୨୦୦୬ ମସିହା ଡିସେମ୍ବର ୯ରେ ‘ଡିସକଭରି’ ମହାକାଶ ଅଭିଯାନରେ ମହାକାଶ ଯାତ୍ରା କରିଥିଲେ । ସେହିପରି ୨୦୧୨ ମସିହାରେ କାଜାଖାସ୍ଥାନରୁ ସୋୟୁଜ୍- ୦୫ ଏମ ରକେଟ ଜରିଆରେ ମହାକାଶ ଅଭିମୁଖେ ଯାଇଥିଲେ ସୁନୀତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/5-9.jpg)