କନକ ବ୍ୟୁରୋ : ନାସା ପକ୍ଷରୁ ସୁନିତା ଓି୍ୱଲିୟମ୍ସ ଏବଂ ବୁଚ୍ ବିଲମୋର ଦୁଇଜଣ ମକାକାଶଚାରୀ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରୁ ଗଣ ମାଧ୍ୟମ ସହ ଯୋଗାଯୋଗ କରିବା ସହ କିଛି ତଥ୍ୟ ମଧ୍ୟ ଦେଇଛନ୍ତି । ବୋଇଂ କମ୍ପାନୀ ଷ୍ଟାରଲାଇନ ତିଆରି କରିଥିବା ମହାକାଶ ଯାନର ଏହା ଏକ ପରୀକ୍ଷଣ ଥିଲା । ଏହି ଯାନ ଉଭୟଙ୍କୁ ସ୍ପେସ୍ ଷ୍ଟେସନରେ ସଫଳତାର ସହ ପହଞ୍ଚାଇଥିଲା । ଉଭୟ ସୁରକ୍ଷିତ ଅଛନ୍ତି ହେଲେ ସୁନିତା ଓ ବିଲମୋରଙ୍କ ସହ କଥା ହେବା ପରେ ସେମାନଙ୍କ ଯାନରେ କିଛି ତୃଟି ଥିବାର ଜଣା ପଡିଛି । ଯାତ୍ରା କେବଳ ଆଠ ଦିନର ଥିଲା ହେଲେ ପ୍ରଅୟ ୨୮ ଦିନ ବିତାଇ ସାରିଲେଣି ଦୁଇ ଯାତ୍ରୀ । ସେମାନଙ୍କ ଫେରିବା ନେଇ କିପରି ବ୍ୟବସ୍ଥା ରହିଛି ଏ ନେଇ ଲାଗି ରହିଛି ଆଶଂକା । ଏତେ ଦିନର ବ୍ୟବସ୍ଥା ନଥିବା ସତ୍ୱେ ସେଠାରେ ଏତେ ଦିନ ଠିକ୍ ଭାବରେ ରହିଛନ୍ତି କିନ୍ତୁ ସେମିତି କୌଣସି ବେଶି ଅସୁବିଧା ନାହିଁ ଓ ଫେରିବାର ବ୍ୟବସ୍ଥା କରାଯିବ ବୋଲି ନାସା ବୋଇଂ ତରଫରୁ ସୂଚନା ଦିଆଯାଇଛି ।
ତେବେ ମହାକାଶ ଯାଇଥିବା ଏହି ଷ୍ଟାରଲାଇନରର ଅଲ୍ପ କିଛି ତୃଟି ରହିଥିବାର ଜଣା ପଡିବା ପରେ ଏହାର ମରାମତି କରି ସେମାନଙ୍କୁ ଫେରାଇ ଅଣାଯିବାର ବ୍ୟବସ୍ଥା କରାଯାଉଛି । ତେବେ ଏ ନେଇ ଗତ ବୁଧବାର ଗଣମାଧ୍ୟମରେ ସେମାନେ ପ୍ରତିକ୍ରିୟା ରଖିଛନ୍ତି ।
କଣ ଥିଲା ସମସ୍ୟା ?
ଅନ୍ତରୀକ୍ଷରେ ପହଞ୍ଚିବା ପରେ କେମିତି ଅନୁଭବ ହୁଏ ସେ ବିଷୟରେ ବଖାଣିଛନ୍ତି ବିଲମୋର । ଉଡାଣର ପ୍ରାରମ୍ଭିକ ସ୍ତର ଖୁବ ବଢିଆ ଥିଲା । ଭୟଙ୍କର ଗର୍ଜନ ସହ ଜେତେବେଳେ ଯାନଟି ବାୟୁମଣ୍ଡଳ ଅତିକ୍ରମ କଲା ମାଇକ୍ରୋଗ୍ରାଭିଟି ଅନୁଭୁତ ହେବା ଆରମ୍ଭ ହୋଇଥିଲା । ଷ୍ଟାରଲାଇନରକୁ ୧ ରୁ ୧୦ ଭିତରେ କେତେ ନମ୍ବର ଦେବେ ବୋଲି ପ୍ରଶ୍ନ କରିବାରୁ ସେ ଉତ୍ତର ଦେଇଥିଲେ କି ୧ ଦେବାକୁ ଚାହୁଁ ନାହାନ୍ତି କାରଣ ପ୍ରଥମେ ପ୍ରଥମେ ଠିକ ଥିଲା ହେଲେ ପରେ ଦେଖିଥିିବା ଅସୁବିଧା ଯୋଗୁଁ ୧ ଦେବାର ଇଚ୍ଛା ହୋଇଥିଲା ।
ସ୍ପେସ ଷ୍ଟେସନରେ ପହଞ୍ଚିବା ସମୟରେ ରିଆକ୍ସନ କଣ୍ଟ୍ରୋଲ ସିଷ୍ଟମ ଥ୍ରଷ୍ଟର୍ସରୁ ଗୋଟିଏ ବନ୍ଦ ହୋଇଯାଇଥିଲା । ବିଲମୋର କହିଥିଲେ ଯେ ବ୍ୟବସ୍ଥାରେ ତୃଟି ଯୋଗୁଁ ସୁନିତା ଓ ତାଙ୍କୁ ଏହାକୁ ନିଜେ ସମ୍ଭାଳିବା ପାଇଁ ପଡିଥିଲା । ଗ୍ରାଉଣ୍ଡରୁ କ୍ୟାପସୁଲର ତୃଟି ସୁଧାରିବାର ଚେଷ୍ଟା କରୁଥିବା ବେଳେ ଅନ୍ୟ ଥ୍ରଷ୍ଟର୍ସ ମଧ୍ୟ ବନ୍ଦ ହୋଇଯାଇଥିଲା । ଖାଲି ଏତିକି ନୁହେଁ ଷ୍ଟାରଲାଇନରର୍ସର କ୍ୟାପସୁଲରେ ପ୍ରାୟ ୫ ଥର ହିଲିୟମ ଗ୍ୟାସ ଯୋଗାଣ ବ୍ୟବସ୍ଥା ଲିକ ହୋଇଥିଲା ।
ବର୍ତ୍ଥମାନ ଉଭୟ ମରାମତି କାମରେ ବ୍ୟସ୍ତ ଅଛନ୍ତି ଆଗକୁ ଯେପରି କଣ୍ଟାଲ ସିଷ୍ଟମରେ କିଛି ଅସୁବିଧା ନ ହୁଏ ଏ ନେଇ ପରୀକ୍ଷା ନିରୀକ୍ଷା ଚାଲିଛି ।