କନକ ବ୍ୟୁରୋ : ହରିଆଣାରେ ଆସିଛି ନିର୍ବାଚନ ୠତୁ । ନିର୍ବାଚନ ଆରମ୍ଭ ହେବା ଆଗରୁ ହିଁ ପାର୍ଟି ବିଭିନ୍ନ ପ୍ରତିଶ୍ରୁତି ଘୋଷଣା ଆରମ୍ଭ କରିଛନ୍ତ । ବିଧାନସଭା ନିର୍ବାଚନ ଆଗକୁ ଥିବା ବେଳେ ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା ନିଜ ପାର୍ଟି ପାଇଁ ପ୍ରଚାର କରିବା ସହ ପାର୍ଟି ତରଫରୁ ମୁଖ୍ୟ ୫ଟି ପ୍ରତିଶୃତି ଜନ ସମ୍ମୁଖରେ ରଖିଛନ୍ତି । ଏହା ମଧ୍ୟରେ ମହିଳାଙ୍କ ପାଇଁ ବିଜୁଳି ଯୁବକଙ୍କ ପାଇଁ ଶିକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ସେବା ଭଳି ବିଭିନ୍ନ ସୁବିଧା ଯୋଗାଇବାର ପ୍ରତିଶ୍ରୁତି ରହିଛି ।
ପାର୍ଟର୍ି ତରଫରୁ କରାଯାଇଥିବା ୫ଟି ପ୍ରମୁଖ ଦାବି ମଧ୍ୟରେ ପ୍ରଥମେ ରହିଛି ଦିଲ୍ଲୀ ଓ ପଞ୍ଜାବ ଭଳି ୨୪ ଘଣ୍ଟିଆ ଅନବରତ ବିଜୁଳି ବ୍ୟବସ୍ଥା । ପୁରାତନ ଘର ଗୁଡିକର ବକେୟା ବିଦ୍ୟୁତ୍ ବିଲ ଛାଡ଼ କରାଯିବା ସହ ବିଜୁଳି କାଟ ବନ୍ଦ କରାଯିବ ।
ଦ୍ୱିତୀୟ ଘୋଷଣା ଅନୁସାରେ ସହରର ବିଭିନ୍ନ ମୋହଲ୍ଲାରେ କ୍ଲିନିକ ସ୍ଥାପନ କରାଯିବ ଯାହା ଫଳରେ ଲୋକଙ୍କୁ ଚିକିତ୍ସା ପାଇଁ ଆଉ ହନ୍ତ ସନ୍ତ ହେବାକୁ ପଡିବ ନାହିଁ । ନୂଆ ସରକାରୀ ହସ୍ପିଟାଲ ନିର୍ମାଣ କରାଯିବା, ବେମାରୀର ପରୀକ୍ଷା, ଚିକିତ୍ସା, ଅପରେସନ ଠାରୁ ଆରମ୍ଭ କରି ଔଷଧ ଯାଏଁ ସମସ୍ତ ପ୍ରକାରର ସୁବିଧା ମାଗଣାରେ ଉପଲବ୍ଧ କରାଯିବ ।
ତୃତୀୟ ଘୋଷଣାରେ ହରିଆଣରେ ଥିବା ସରକାରୀ ବିଦ୍ୟାଳୟଗୁଡିକର ବିକାଶ ଘରୋଇ ବିଦ୍ୟାଳୟ ସଦୃଶ୍ୟ କରାଯିବା ସହ ମାଗଣା ଶିକ୍ଷାର ବ୍ୟବସ୍ଥା କରାଯିବ । ଏପରିକି ଘରୋଇ ସଂସ୍ଥା ଗୁଡିକ ଆଉ ମନଇଚ୍ଛା ସ୍କୁଲ ଦେୟର ପରିମାଣ ବୃଦ୍ଧି କରି ପାରିବେ ନାହିଁ ଘରୋଇ ସ୍କୁଲ ମାଲିକ ।
ଚତୁର୍ଥରେ ରାଜ୍ୟର ମାଁ ଓ ଭଉଣୀ ମାନଙ୍କୁ ପ୍ରତିମାସରେ ୧୦୦୦ ଟଙ୍କା ପ୍ରଦାନ କରାଯିବାର ପ୍ରତିଶୃତି କରାଯାଇଥିବା ବେଳେ ପଞ୍ଚମ ଘୋଷଣାରେ ବେରୋଜଗାର ଯୁବକ ଯୁବତୀଙ୍କ ପାଇଁ ଚାକିରୀର ବ୍ୟବସ୍ଥା ପ୍ରତିଶୃତି ଦେଛନ୍ତି