କେବିସିର ହଟସିଟରେ ଓଡ଼ିଆ ଅଫିସର୍ ! ୫୦ ଲକ୍ଷ ଜିତିଲେ ବଲାଙ୍ଗୀରର ସୁନୀଲ୍ ତାଣ୍ଡି

79

କନକ ବ୍ୟୁରୋ : କୌନ୍ ବନେଗା କରୋଡପତିରେ ଓଡ଼ିଆ ଅଫିସର ସୁନୀଲ୍ ତାଣ୍ଡିଙ୍କ କମାଲ୍ । ସୁନୀଲ୍ କେବିସିର ଚଳିତ ସିଜିନରେ ୧୪ଟି ରାଉଣ୍ଡ ଖେଳିବା ସହ ଜିତିଛନ୍ତିି ୫୦ ଲକ୍ଷ ଟଙ୍କା । ଏପିସୋଡଟି ଆସନ୍ତା ଦୀପାବଳୀ ଦିନ ପ୍ରସାରଣ ହେବ । ସୁନ୍ଦରଗଡରେ ଡିଡବ୍ଲୁଓ ଭାବରେ କାର୍ଯ୍ୟ କରୁଥିବା ସୁନୀଲଙ୍କର ଘର ହେଉଛି ବଲାଙ୍ଗୀରରେ । କେବିସିର ଚଳିତ ସିଜିନରେ ପ୍ରଥମ କରି ଜଣେ ଓଡ଼ିଆ ଭାବେ ୫୦ଲକ୍ଷ ଜିତି ଗୌରବ ଅର୍ଜନ କରିଛନ୍ତି ସୁନୀଲ୍ ।

ପ୍ରତିଯୋଗୀତାରେ ଭାଗ ନେଇ ‘ଫାଟେଷ୍ଟ ଫିଙ୍ଗର୍ ପାଷ୍ଟ’ ରାଉଣ୍ଡରେ ସଫଳ ହୋଇ ହଟ୍ ସିଟରେ ବସିଥିଲେ ସୁନୀଲ୍ । ଅମିତାଭ୍ ବଚ୍ଚନଙ୍କ ସହ ପ୍ରଶ୍ନୋତ୍ତର ରାଉଣ୍ଡରେ ଅତ୍ୟନ୍ତ ଚତୁରତା ଏବଂ ସଫଳତାର ସହ ଖେଳି ଚାଲିଥିଲେ ସୁନୀଲ୍ । ମୋଟ୍ ୧୬ଟି ରାଉଣ୍ଡରୁ ୧୪ଟି ରାଉଣ୍ଡ ଖେଳି ୫୦ଲକ୍ଷ ଟଙ୍କା ଜିତିବାରେ ସଫଳ ହୋଇଛନ୍ତି ସୁନୀଲ୍ ।

ସୁନୀଲଙ୍କ ସହ ସହଯୋଗୀ ଭାବେ ଥିଲେ ତାଙ୍କ ବନ୍ଧୁ ଜୟକୃଷ୍ଣ ସାହୁ । ବଲାଙ୍ଗୀରର ଜୟକୃଷ୍ଣ ପେଷାରେ ଜଣେ ଶିକ୍ଷକ । ଏହା ସହ ସୁନୀଲ୍ ଫୋନ୍ ଏ ଫ୍ରେଣ୍ଡ୍ ଲାଇଫଲାଇନରେ ବନ୍ଧୁ ମଦନଜିତ୍ ହୋତାଙ୍କ ସହଯୋଗ ନେଇଥିଲେ ।  ଅନ୍ୟପଟେ ଏହି ଖବର ପାଇ ସୁନୀଲଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି ।