କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିଫ୍ କନଷ୍ଟ୍ରକସନ ଇଞ୍ଜିନିୟର ସୁନିଲ ରାଉତଙ୍କ ଘରେ ଚାଲିଛି ଚଢ଼ାଉ। ଏକକାଳୀନ ତାଙ୍କର ବାସଭବନ ଓ କାର୍ୟ୍ୟାଳୟ ସମେତ ୯ଟି ଠିକଣାରେ ରେଡ୍ କରୁଛି ଭିଜିଲାନ୍ସ। ଭୁବନେଶ୍ୱର, ପୁରୀ, କଟକ, ଅନୁଗୁଳ ଓ ବଲାଙ୍ଗୀରରେ ଚାଲିଛି ଭିଜିଲାନ୍ସ ଚଢ଼ାଉ। ଭୁବନେଶ୍ୱର ନିଳାଦ୍ରୀ ବିହାରରେ ଥିବା ଘର, ନୟାପଲ୍ଲୀରେ ତାଙ୍କ ଘର ଓ ସମ୍ପର୍କୀୟଙ୍କ ଘର ଓ ପୁରୀରେ ଥିବା ୨ଟି ଘର ସମେତ ବଲାଙ୍ଗୀର ବାସଭବନ ଓ କାର୍ୟ୍ୟାଳୟରେ ଚଢ଼ାଉ କରିଛି ଭିଜିଲାନ୍ସ। ସେହିପରି କଟକ ଗୁରୁଡ଼ିଝାଟିଆରେ ଥିବା ପୈତୃକ ବାସଭବନ ଓ ଅନୁଗୁଳ କିଶୋରନଗରରେ ଥିବା ତାଙ୍କ ପୁଅଙ୍କ ଘରେ ଜାରିରହିଛି ରେଡ।