କନକ ବ୍ୟୁରୋ: ପୁରୀ ଲୋକସଭା ଭଳି ବିଧାନସଭା ଆସନରେ ବି ହେବ କଡା ଟକ୍କର । ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଓ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତିଙ୍କ ମଧ୍ୟରେ ହେବ ଲଢେଇ । ସୁନିଲଙ୍କୁ ପ୍ରାର୍ଥୀ କରିଛି ବିଜେଡି । ୧୯୯୫ ମସିହାରୁ ବିଜେଡି ହାତରେ ଥିବା ଏହି ଆସନ, ୨୦୧୯ରେ ବିଜେପି ହାତକୁ ଚାଲିଯାଇଥିଲା । ତେବେ ଏଥର ଲଢେଇରେ କାହାର ହେବ ଜିତାପଟ୍? କାହାକୁ ବାଛିବେ ଜନତା? ତାହା ନିର୍ବାଚନ ଫଳାଫଳ ଆସବା ପରେ ସ୍ପଷ୍ଟ ହେବ ଏବେ କିନ୍ତୁ ଦୁଇ ଦଳର ପ୍ରଚାର ଜମୁଛି । ପ୍ରାର୍ଥୀମାନେ ଭୋଟରଙ୍କ ମନ ଜଣିବା ପାଇଁ ଦିନ ରାତି ଏକ କରି ଦେଇଛନ୍ତି ।

ପୁରୀ ବିଧାନସଭା ଲଢ଼େଇ

  • ଜୟନ୍ତ ଷଡଙ୍ଗୀ - ବିଜେପି ବିଧାୟକ ପ୍ରାର୍ଥୀ
  • ସୁନୀଲ ମହାନ୍ତି - ବିଜେଡି ବିଧାୟକ ପ୍ରାର୍ଥୀ
  • ଏଯାଏଁ ପ୍ରାର୍ଥୀ ଘୋଷଣା କରିନି କଂଗ୍ରେସ

ପୁରୀ ରାଜନୀତି 

  • ୧୯୯୫ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡି ଦଖଲରେ ଥିଲା ପୁରୀ ଆସନ
  • ୨୦୧୯ରେ ବଦଳି ଗଲା ସ୍ଥିତି
  • ବିଜେଡିକୁ ମାତ୍ ଦେଲା ବିଜେପି
  • ପରାସ୍ତ ହୋଇଥିଲେ ମହେଶ୍ୱର ମହାନ୍ତି
  • ବିଜେପିର ଜୟନ୍ତ ଷଡଙ୍ଗୀ ବିଜୟୀ
  • ଜୟନ୍ତ ଷଡଙ୍ଗୀଙ୍କୁ ମିଳିଥିଲା ୭୬, ୭୪୭ ଭୋଟ୍
  • ମହେଶ୍ୱର ମହାନ୍ତିଙ୍କୁ ମିଳିଥିଲା ୭୨,୭୩୯ ଭୋଟ୍