ଚର୍ଚ୍ଚାରେ ଯୁବ ନିର୍ବାଚନୀ ରଣନୀତିକାର ସୁନୀଲ କାନୁଗୋଲୁ । କର୍ଣ୍ଣାଟକରେ ନିର୍ବାଚନରେ କଂଗ୍ରେସ ବିପୁଳ ବିଜୟ ପଛରେ ରଣନୀତିକାରଙ୍କ ମ୍ୟାଜିକ ଥିବା ଚର୍ଚ୍ଚା
କନକ ବ୍ୟୁରୋ : କର୍ଣ୍ଣାଟକରେ କଂଗ୍ରେସକୁ ମିଳିଛି ରେକର୍ଡ ବିଜୟ । ୨୦୨୩ରେ ବିଧାନସଭା ନିର୍ବାଚନରେ ବହୁମତ ସହ ଜିତି ବିଜେପିକୁ ବଡ ଝଟକା ଦେଇଛି । ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା । କର୍ଣ୍ଣାଟକରେ କଂଗ୍ରେସ କରିଛି କମାଲ । ସାଂଗଠନିକ ସ୍ତରରେ ଦଳର ଏକତାଠୁ ନେଇ ହାଇକମାଣ୍ଡଙ୍କ ଫର୍ମୂଲା କାମ କରିଛି । ସେପଟେ ଭାରତ ଯୋଡ଼ ଯାତ୍ରା ସହ ରାହୁଲ ମ୍ୟାଜିକ କମାଲ କରିଥିବା ମଧ୍ୟ କୁହାଯାଉଛି । କିନ୍ତୁ ଏହା ଭିତରେ ଏବେ ଲାଇମଲାଇଟକୁ ଆସିଛନ୍ତି ସୁନୀଲ କାନୁଗୋଲୁ । ୟାଙ୍କ ନାଁ ଆପଣ ପ୍ରଥମ ଥର ପାଇଁ ହୁଏତ ଶୁଣୁଥିବେ । କିନ୍ତୁ ଏହି ଯୁବକ ରଣନୀତିଜ୍ଞ ଏମିତି କିଛି କମାଲ କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି ସୁନୀଲଙ୍କ ରଣନୀତି କଂଗ୍ରେସକୁ କର୍ଣ୍ଣାଟକରେ ଜିତିବାରେ ବଡ ଭୂମିକା ତୁଳାଇଛି । ଦଳର ପାଇଁ ସେ କରିଥିଲେ ମଜବୁତ ରଣନୀତି । ଏହି ରଣନୀତି କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ସଂଜୀବନୀ ପାଲଟିଛି । ଆସନ୍ତୁ ବିସ୍ତୁତରେ ଜାଣିବା କିଏ ସୁନୀଲ କାନୁଗୋଲୁ । କଣ ଥିଲା ତାଙ୍କର ନିର୍ବାଚନୀ ରଣନୀତି? କଂଗ୍ରେସ ସହ ଆଉ କେଉଁ ଦଳ ପାଇଁ ସାଜିସାରିଛନ୍ତି ପରଦା ପଛର ହିରୋ?

Kanak News is now on WhatsApp
Join and get latest news updates delivered to you via WhatsApp
କର୍ଣ୍ଣାଟକ ପାଇଁ କ’ଣ ଥିଲା ସୁନୀଲଙ୍କ ଷ୍ଟ୍ରାଟେଜି?
• ନିର୍ବାଚନ ପାଇଁ ସୁନୀଲ କାନୁଗୋଲୁ ଏକ ନିଦ୍ଧିଷ୍ଟ ଷ୍ଟ୍ରାଟେଜି ପ୍ରସ୍ତୁତ କରିଥିଲେ
• ଜନତାଙ୍କ ସହ ସିଧାସଳଖ ମଜବୁତ ସମ୍ପର୍କ ସ୍ଥାପନ ପାଇଁ କଂଗ୍ରେସକୁ ପରାମର୍ଶ ଦେଇଥିଲେ
• ବିସ୍ତୁତ ଓ ବ୍ୟାପକ ଜନସମ୍ପର୍କ ଉପରେ ଗୁରୁତ୍ୱ ଦେଇଥିଲେ
• ଗ୍ରାଉଣ୍ଡ ଜିରୋରୁ ସେହ ସବୁ ସ୍ଥାନରେ ସର୍ଭେ କରିଥିଲେ ଯେଉଁଠି ବିଜେପି ଓ କଂଗ୍ରେସ ବିବାଦ ରହିଥିଲା
• ଭାରତଯୋଡ଼ ଯାତ୍ରାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା
କିଏ ସୁନୀଲ କାନୁଗୋଲୁ?
• ଲୋକପ୍ରିୟ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଟିମର ସଦସ୍ୟ ଥିଲେ ସୁନୀଲ କାନୁଗୋଲୁ
• ୨୦୧୪ରେ ପ୍ରଶାନ୍ତ କିଶୋରଙ୍କ କ୍ୟାମ୍ପରେ ଯୋଗ ଦେଇଥିଲେ
• ପୂର୍ବରୁ ଡିଏମକେ, ଏଆଇଏଡିଏମକେ ଓ ବିଜେପି ପାଇଁ କାମ କରିସାରିଛନ୍ତି
• ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ନିର୍ବାଚନୀ ଷ୍ଟ୍ରାଟେଜି ପ୍ରସ୍ତୁତ କରିଥିଲେ
• ୨୦୧୭ ଉତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ
• ୨୦୧୯ରେ ଡିଏମକେ ପାଇଁ କ୍ୟାମ୍ପେନ କରି ସଫଳ ହୋଇଥିଲେ
• ୨୦୨୧ରେ ଏଆଇଏଡିଏମକେ ପାଇଁ ରଣନୀତି ପ୍ରସ୍ତୁତ କରି ଦଳକୁ ଜିତାଇଥିଲେ
• ୨୦୨୧ରେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ସହ ଯୋଡ଼ି ହୋଇଥିଲେ ।
• ଦଳ ତାଙ୍କୁ ନିର୍ବାଚନୀ ରଣନୀତିଜ୍ଞ ଭାବେ ଦାୟିତ୍ୱ ଦେଇଥିଲା
• ୨୦୧୮ରେ ବିଜେପିକୁ ଜିତାଇଥିବା ସୁନୀଲଙ୍କ ରଣନୀତି ୨୦୨୩ରେ କଂଗ୍ରେସକୁ ବିପୁଳ ବିଜୟ ଦେଇପାରିଛି
• ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଓ ୨୦୨୪ ନିର୍ବାଚନ ପାଇଁ ଗଠିତ ଟାକ୍ସ ଫୋର୍ସରେ ସୁନୀଲଙ୍କୁ ସ୍ଥାନ ଦେଇଛି