ଭୁବନେଶ୍ୱରରେ କମେଡିଆନ ସୁନିଲ୍ ଗ୍ରୋଭର ! ହସି ହସି ବେଦମ ହେଲେ ଦର୍ଶକ

111

କନକ ବ୍ୟୁରୋ : ହସି ହସି ବେଦମ୍ କଲେ ଡକ୍ଟର ଗୁଲାଟୀ । ଓଡ଼ିଶା ଗ୍ଳୋବାଲ ଶୋ କାର୍ଯ୍ୟକ୍ରମରେ ଯୋଗଦେଇ କମେଡିଆନ ସୁନିଲ ଗ୍ରୋଭର ଦର୍ଶକଙ୍କ ପାଇଁ ବେଶ ମନୋରଂଜନର ଖୋରାକ ଯୋଗାଇଛନ୍ତି । ଅରୋମିରା ଫିଲ୍ମ ଆଣ୍ଡ ଏଟଂରଟେନମେଟଂ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ କମେଡିଆନ ସୁନିଲ ଗ୍ରୋଭର । ସୁନିଲଙ୍କୁ ଟେଲିଭିଜନ ପରଦାରୁ ହଠାତ୍ ଷ୍ଟେଜରେ ଦେଖିବା ପରେ ଦର୍ଶକମାନେ ରୋମାଚିଂତ ହୋଇଉଠିଥିଲେ ।