କପିଲ ଶର୍ମା ଶୋ’କୁ ଆସିବେ କି ସୁନିଲ ଗ୍ରୋଭର? କପିଲଙ୍କୁ କଲେ ଭୂରି ପ୍ରଶଂସା

215

କନକ ବ୍ୟୁରୋ : ୨୦୧୭ରୁ ଲୋକପ୍ରିୟ ଲାଫିଙ୍ଗ ଶୋ’ କପିଲ ଶର୍ମା ଶୋ’ରୁ ଦୂରେଇ ଯାଇଛନ୍ତି ସୁନିଲ ଗୋଭର । ହେଲେ ଏବେ ଏଥିରେ ପୁଣି ତାଙ୍କୁ ଦେଖିବାକୁ ମିଳିବାର ସମ୍ଭାବନା ଦେଖାଦେଇଛି । ଦୁଇ ଜଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ କମ୍ ହେବାରେ  ଲକ୍ଷ୍ୟ କରାଯାଉଛି । କାରଣ ଏକ ଫ୍ୟାସନ ଆୱାର୍ଡ ଶୋ’ରେ ଯୋଗ ଦେଇ କପିଲଙ୍କୁ ଭୂରି ପ୍ରଶଂସା କରିବାରେ ନଜର ଆସିଥିଲେ ସୁନିଲ ।

ସେ ପୁଣିଥରେ କପିଲଙ୍କ ସହ କାମ କରିବାକୁ ଚାହିଁବେ କି ବୋଲି ପ୍ରଶ୍ନ କରିବାରୁ ଏହାର ଉତ୍ତର ଦେବାକୁ ଯାଇ କିଛି ସମୟ ପାଇଁ ଭାବବିହ୍ୱଳ ହୋଇଯାଇଥିଲେ  ସୁନିଲ  ।ଭଲ କ୍ୟାରେକ୍ଟର ମିଳିଲେ ଏହି ଶୋ’ରେ ନିଶ୍ଚୟ କାମ କରିବେ ବୋଲି ସେ କହିଥିଲେ । ସେଦିନର ଅନେକ ଅଭୁଲା ସ୍ମୃତି ଏବେବି ତାଙ୍କ ମନକୁ ଖୁସିରେ ଭରିଦିଏ । ଏହି ଶୋ’ରୁ ସେ ଅନେକ କିଛି ଶିଖିବାକୁ ପାଇଛନ୍ତି । ତେଣୁ ଭଲ କନସେପ୍ଟ ମିଳିଲେ ଏଥିରେ ନିଶ୍ଚୟ କାମ କରିବେ ବୋଲି ସୁନିଲ କହିଛନ୍ତି । ତେବେ  ସର୍ବ ସମକ୍ଷରେ ଲାଫିଙ୍ଗ କିଙ୍ଗଙ୍କୁ ଭୁୟସି ପ୍ରଶଂସା କରିବାକୁ ଯାଇ କହିଥିଲେ ଯେ, କପିଲ ଭାଇଙ୍କୁ ଲାଫିଙ୍ଗ୍ ମିନିଷ୍ଟ୍ରି ଦିଆଯିବା କଥା ।

ପୂର୍ବରୁ କପିଲଙ୍କ ଶୋ’ରେ ଗୁଥୀ ଓ ଡକ୍ଟର ଗୁଲାଟ୍ଟି ଚରିତ୍ରରେ ଦର୍ଶକଙ୍କୁ ହସେଇ ହସେଇ ବେଦମ କରୁଥିଲେ ସୁନିଲ ।  ତାଙ୍କ ଅନୁପସ୍ଥିରେ ତାଙ୍କୁ ବହୁତ ମିସ୍ କରୁଥିଲେ ଦର୍ଶକ । ଏହି ଶୋ’ ଛାଡିବା ପରେ ଓଟିଟି ପ୍ଲାଟଫର୍ମରେ ମୁଭି ସନଫ୍ଲାୱାରରେ ଦେଖାଦେଇଥିଲେ ସୁନିଲ ଗ୍ରୋଭର ।