କନକ ବ୍ୟୁରୋ : ରାଜ୍ୟ ବିଜେପି ତରଫରୁ ଆଜି ୨ୟ ରୁଦ୍ଧଦ୍ୱାର ବୈଠକ ଆରମ୍ଭ ହୋଇଛି । କ୍ଷେତ୍ରୀୟ ପ୍ରଭାରୀ ସୁନିଲ୍ ବଂଶଲଙ୍କ ନେତୃତ୍ୱରେ ବୈଠକରେ ପରାଜିତ ସଂସଦୀୟ କ୍ଷେତ୍ରକୁ ନେଇ ବିଶେଷ ଆଲୋଚନା କରାଯିବ । ୨ ଟି ପର୍ଯ୍ୟାୟରେ ବୈଠକ କରାଯିବା ନେଇ ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ୧୩ ଲୋକସଭା କ୍ଷେତ୍ରଗୁଡିକର ପ୍ରଭାରୀ, ସହ ପ୍ରଭାରୀ ଓ ବିଭିନ୍ନ ଦାୟିତ୍ୱରେ ଥିବା କାଯ୍ୟକର୍ତାଙ୍କ ସହ ଆଲୋଚନା କରାଯିବାକୁ ଥିବାବେଳେ ୨ୟ ପର୍ଯ୍ୟାୟରେ ବିଜେପିର ବିଧାୟକମାନଙ୍କ ସହ ଭର୍ଚୁଆଲ୍ ବୈଠକ କରିବେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ୍ ବଂଶଲ । ବୈଠକରେ ଦଳୀୟ ସଙ୍ଗଠନ ଓ ୨୦୨୪ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ ।