ସୁନିଆ ତିଥିରେ ଗଜପତି ମହାରାଜାଙ୍କ ହେଲା ଅଭିଷେକ । ଆଜିଠୁ ଗଜପତି ଦିବ୍ୟସିଂହ ଦେବଙ୍କ ୬୨ ଅଙ୍କ ଚଳନ, ଶ୍ରୀନଅରରେ ପ୍ରଚଳନ ହେଲା ସୁବର୍ଣ୍ଣ ମୁଦ୍ରା

463

କନକ ବ୍ୟୁରୋ : ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀନଅରରେ ସୁନିଆ ପର୍ବ ପାରମ୍ପରିକ ରୀତିରେ ପାଳିତ ହୋଇଛି । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ନୂତନ ଅଙ୍କ ପ୍ରଚଳନ ଅବସରରେ ଶ୍ରୀନଅର ପକ୍ଷରୁ ନୂତନ ସାଲ ସମ୍ବତ୍ସର ୧୪୨୭ ଘୋଷଣା କରାଯାଇଛି । ନୂତନ ଅଙ୍କ ୬୨ ଆରମ୍ଭରୁ ପ୍ରତୀକ ସୁବର୍ଣ୍ଣ ମୁଦ୍ରା ଶ୍ରୀନଅର ପକ୍ଷରୁ ପ୍ରଚଳନ କରାଯାଇଛି । ଗଜପତି ମହାରାଜଙ୍କ ରାଜତ୍ୱର ପ୍ରତିବର୍ଷ ନୂତନ ଅଙ୍କ ବା ସାଲ ଘୋଷଣାର ପରମ୍ପରା ରହିଛି ।

Gajapati Maharaj

ଏହି ଅବସରରେ ଶ୍ରୀନଅର ଉତ୍ସବମୁଖର ହୋଇଉଠିଥିଲା । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଉଦ୍ଦେଶ୍ୟରେ ପଇତା ଲାଗି ହେବା ପରେ ଦେବୀଙ୍କ ପୂଜାର୍ଚନା କରାଯାଇଥିଲା । ପରେ ଶ୍ରୀନଅର ପରିସରରେ ସୁନିଆ ପୂଜା ସଂପନ୍ନ ହୋଇଥିଲା ।  ଓଡିଶାରେ ଗଣନାକାରୀ ମାନେ ଲେଖୁଥିବା ଜନ୍ମ ଜାତକରେ ଗଜପତିଙ୍କ ଅଙ୍କ ବ୍ୟବହାର କରିଥାନ୍ତି । ସେହି ଅନୁସାରେ ଏହା ପ୍ରଚଳିତ ହୋଇଆସୁଛି ।