ଚାଷୀଙ୍କୁ ତୈଳବୀଜ ଚାଷ ପାଇଁ ପ୍ରୋତ୍ସାହନ ଦେଉଛି କୃଷି ବିଭାଗ, ଏକର ଏକର ଜମି ସୂର୍ଯ୍ୟମୁଖୀ ଚାଷକରି ସ୍ୱାବଲମ୍ବୀ ହେଉଛନ୍ତି ଧରାକୋଟ ବ୍ଲକର ଚାଷୀ

Advertisment
ଚାଷୀଙ୍କୁ ତୈଳବୀଜ ଚାଷ ପାଇଁ ପ୍ରୋତ୍ସାହନ ଦେଉଛି କୃଷି ବିଭାଗ, ଏକର ଏକର ଜମି ସୂର୍ଯ୍ୟମୁଖୀ ଚାଷକରି ସ୍ୱାବଲମ୍ବୀ ହେଉଛନ୍ତି ଧରାକୋଟ ବ୍ଲକର ଚାଷୀ

କନକ ବ୍ୟୁରୋ : ପୂର୍ବରୁ ଚାଷୀମାନେ ଧାନ ଓ ମାଣ୍ଡିଆ ଚାଷ ସହ ସୂର୍ଯ୍ୟମୁଖୀ, ରାଶି, ସୋରିଷ, ବାଦାମ ଭଳି ଅନେକ ତୈଳବୀଜ ଚାଷ କରୁଥିଲେ । ଏହାଦ୍ୱାରା ସେମାନେ ସୁଦ୍ଧ ତେଲ ପାଇପାରୁଥିଲେ । ଏବେ ଏହି ସବୁ ଚାଷ କମ୍ ପରିମାଣରେ କରୁଛନ୍ତି ଚାଷୀ । ତେଣୁ ଚାଷୀମାନେ କିଭଳି ତୈଳବୀଜ ଜାତୀୟ ଫସଲ କରି ଲାଭବାନ ହୋଇପାରିବେ ସେଥିପାଇଁ ଗଂଜାମ ଜିଲ୍ଲାର ଆସିକା ଓ ଧରାକୋଟ୍ ବ୍ଲକରେ କୃଷି ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଚଳିତ ବର୍ଷ ଚାଷିଙ୍କୁ ମାଗଣା ବିହନ ଯୋଗାଇ ଦେଇଛି କୃଷି ବିଭାଗ । ଫଳରେ କଣଭାଗ, ଜାହାଡା, ଓଳମ୍ବା ଆଦି ଅନେକ ଗାଁରେ ଚାଷି ସୁର୍ଯ୍ୟମୂଖି ଫୁଲ ଚାଷ କରିଛନ୍ତି । ଏବେ ଅନେକ ଚାଷି ଏହି ତୈଳ ବିଜ ଜାତୀୟ ଫସଲ ଅମଳ କରି ତେଲ ପେଡ଼ି ସାରିଲେଣି । ପାଖାପାଖି ୩ ରୁ ୪ କିଲୋ ସୁର୍ଯ୍ୟମୂଖି ମଞିରୁ ଏକ ଲିଟର ଖାଇବା ତେଲ ବାହାରୁଛି । ଅନ୍ୟପଟେ ଏହି ଚାଷ ଏକ ବ୍ୟୟବହୁଳ ଚାଷ ବୋଲି କହିଛନ୍ତି ଚାଷୀ ।

ସୁର୍ଯ୍ୟମୂଖି ଫୁଲ ଚାଷ ଏକ ଲାଭଦାୟକ ତୈଳ ବିଜ ଜାତୀୟ ଫସଲ । ଖରିପ ଋତୁରେ ଚାଷ କରାଯାଉଥିବା ଏହି ଚାଷ ୩ ମାସ ମଧ୍ୟରେ ଫୁଲ ପାକଳ ହେବା ପରେ ଏହାକୁ କାଟି ଅମଳ କରାଯାଏ । ପରେ ଏହାକୁ ସୁଖାଇ ଏଥିରୁ ମଞି ବାହାର କରିବା ପରେ ତେଲ ଉତ୍ପାଦନ କରାଯାଏ । ଏହି ସୁଦ୍ଧ ତେଲକୁ ବଜାରରେ ୧୫୦ ପ୍ରତି ଲିଟରରେ ବିକ୍ରି କରାଯାଇ ଥାଏ । ଏହି ଚାଷ ପାଇଁ ଅଧିକ ପାଣିର ଆବଶ୍ୟକତା ରହିଛି । ଜଳ ସେଚନର ବ୍ୟବସ୍ଥା ନଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଉନ୍ନତ କିସମର ବିହନ ସାଙ୍ଗକୁ ଉଠା କିମ୍ବା ଛିଂଚା ଜଳ ସେଚନର ବ୍ୟବସ୍ଥା କରାଗଲେ ଆଗାମି ବର୍ଷରେ ଏହି ଚାଷ ଅଧିକ ପରିମାଣରେ କରିବେ ବୋଲି ଚାଷି କହିଛନ୍ତି ।

ସୂର୍ଯ୍ୟମୁଖୀ ଏକ ଅର୍ଥକାରୀ ଫସଲ ହୋଇଥିବା ବେଳେ ଚାଷୀମାନେ ଏହି ଚାଷକୁ ଆପଣାଇ ଲାଭବାନ ହୋଇପାରିବେ । ଯାହାକୁ ନେଇ କୃଷି ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe