କନକ ବ୍ୟୁରୋ : ଦୀର୍ଘ ୪ ଦିନ ହେଲା ସୁନ୍ଦରଗଡରେ ଚାଲିଛି ଆଦିବାସୀମାନଙ୍କ ଜୀବନ ପାଇଁ ଯୁଦ୍ଧ । ଗୋଟିଏ ପଟେ ଆଦିବାସୀ ମାନେ କଂପାନୀ କୁ ଜମି ଦେବା ପାଇଁ ଆଦୌ ରାଜିନଥିବା ବେଳେ ଯେକୌଣସି ମୋତେ ଜମି ହାତେଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । କୁତ୍ରାର ତେଲିଘଣା ରେ ଥିବା ଜେଏସଡବଲ୍ୟୁ ସିମେଂଟ ପ୍ଲାଂଟର ସଂପ୍ରସାରଣ ପାଇଁ ଆଜି ପରିବେଶ ସଂପର୍କିତ ଜନଶୁଣାଣୀ ଥିବା ବେଳେ ସ୍ଥାନୀୟ ଆଦିବାସୀ ମାନେ ପୁଣି ରଣହୁଙ୍କାର ଦେଇଛନ୍ତି । ହାତରେ ହତିଆର ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜନଶୁଣାଣି ସ୍ଥଳକୁ ଯିବା ପାଇଁ ଥିବା ରାସ୍ତାକୁ ବନ୍ଦ କରିଦେଇଛନ୍ତି । ଫଳରେ ଉତେଜନା ଦେଖିବାକୁ ମିଳିଛି । ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି । ଜୀବନ ଦେବୁ ପଛେ ଜମି ଦେବୁ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ଆଦିବାସୀ ।
୪ ଦିନ ହେଲା ଚାଲିଛି ଆଦିବାସୀ ଓ କମ୍ପାନୀ ଯୁଦ୍ଧ : ଆଜି ବି ହାତ ହତିଆର ଧରି ବିକ୍ଷୋଭ ପ୍ରଦର୍ଶନ କଲେ ଆଦିବାସୀ
/kanak/media/post_attachments/wp-content/uploads/2021/08/17-31.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)