ସୁନ୍ଦରଗଡରେ ଗାଁ ମୁହାଁ ହାତୀପଲ : ସାନପତ୍ରାପଲି ଅଂଚଳରେ ଡେରା ପକାଇଛନ୍ତି ୧୭ ଟିକିଆ ହାତୀ ଦଳ ; ନଷ୍ଟ କଲେଣି ଏକର ଏକର ଧାନ ଫସଲ, ଭାଙ୍ଗି ଦେଲେଣି ୫ଟି ଘର 

ଆତଙ୍କରେ ଗ୍ରାମବାସୀ

103

କନକ ବ୍ୟୁରୋ : ସୁନ୍ଦରଗଡରେ ପୁଣି ଗାଁ ମୁହାଁ ହାତୀପଲ । ସାନପତ୍ରାପାଲି ସେକ୍ସନ କୁକୁରଡିହି ଅଂଚଳରେ ୧୭ଟି ହାତୀ ଏକାଠି ହେବା ପରେ ଲୋକଙ୍କ ମଧ୍ୟରେ ଭୟ ଖେଳି ଯାଇଛି । ଅଂଚଳରେ ଏକର ଏକର ଧାନ ଫସଲ ନଷ୍ଟ କରିବା ସହ ୫ଟି ଘର ବି ଭାଙ୍ଗି ଦେଇଛନ୍ତି ହାତୀପଲ । ଗତକାଲି ରାତିରେ କାଁକେରଜୁରା ଏବଂ କୁଳବା ଗାଁ ନିକଟରେ ଥିବା ବେଳେ ବନବିଭାଗ ଓ ଗ୍ରାମବାସୀ ହାତୀଙ୍କୁ ଘଉଡାଇବାରେ ସଫଳ ହୋଇଛନ୍ତି । ତେବେ ବନବିଭାଗକୁ ଏଥିରେ ନାକେଦମ୍ ହେବାକୁ ପଡିଛି ।

ଏହି ହାତୀପଲରେ ଅଛନ୍ତି ମାଈ ହାତୀ, ଦନ୍ତା ହାତା ଓ ଛୁଆ ହାତୀ । ବର୍ତମାନ ଧାନ ଫସଲ ସମୟରେ ଛତିଶଗଡ ପଟୁ ଏହି ହାତୀ ପଲ ସୁନ୍ଦରଗଡ ଜିଲ୍ଲାରେ ଆତଙ୍କ ମଚାଇଛନ୍ତି । ବନବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିଛି ।