ସୁନ୍ଦରଗଡ ସିଂହାସନ ଦଖଲ କରିବ କିଏ? ଫଟୋରେ ଫଟୋରେ ଜାଣନ୍ତୁ ସୁନ୍ଦରଗଡ ଲୋକସଭା ଓ ଏହା ଅଧୀନରେ ଥିବା ୭ ବିଧାନସଭାର ଟିକିନିକି ତଥ୍ୟ ।

221

କନକ ବ୍ୟୁରୋ : ସୁନ୍ଦରଗଡ ସିଂହାସନରେ ବସିବ କିଏ । ଏହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । କାରଣ ମୈଦାନରେ ରହିଛନ୍ତି ତିନି ହେଭିୱେଟ । ବିଜେପିରୁ ଜୁଏଲ, କଂଗ୍ରେସରୁ ଜର୍ଜ ଓ ବିଜେଡିରୁ ସୁନୀତା ମୈଦାନକୁ ଓହ୍ଲାଇଛନ୍ତି । ପ୍ରଥମ ଥର ପାଇଁ ବିଜେଡି ଏହି ଆସନରେ ବିଜୟ ପାଇଁ ଆଶା ବାନ୍ଧି ବସିଥିବା ବେଳେ କଂଗ୍ରେସ ନିଜର ପୁରୁଣା ଆସନରେ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଗତଥର ବିଜୟଲାଭ କରି ବିଜେପିର ସମ୍ମାନ ବଞ୍ଚାଇଥିବା ଜୁଏଲ ପୁଣିଥରେ ଏହି ଆସନରେ ଗେରୁଆ ବାନା ଉଡାଇବାକୁ ଲକ୍ଷ୍ୟ ରଖିଛନ୍ତି ।

ସୁନ୍ଦରଗଡ ଲୋକସଭା : ମୈଦାନରେ ବିଜେପିର ହେଭିୱେଟ ନେତା ଜୁଏଲ ଓରାମ । ଜାଣନ୍ତୁ ଜୁଏଲଙ୍କ ରାଜନୀତି କ୍ୟାରିୟରର କିଛି ଅଜଣା କଥା

ସୁନ୍ଦରଗଡ ଲୋକସଭା : ଦିଲ୍ଲୀ ଲଢେଇ ପାଇଁ କଂଗ୍ରେସର ନୂଆ ସିପାହୀ ଜର୍ଜ ତୀର୍କି । ଜାଣନ୍ତୁ ଏହି ଟାଣୁଆ ସିପାହୀଙ୍କ ରାଜନୀତି କ୍ୟାରିୟରର କିଛି କଥା

ସୁନ୍ଦରଗଡ ଲୋକସଭା : ମୈଦାନରେ ବିଜେଡିର ସିପାହୀ ନବାଗତ ସୁନୀତା । ଦୁଇ ହେଭିୱେଟଙ୍କୁ ଦେବେ ଟକ୍କର, ଜାଣନ୍ତୁ ସୁନୀତାଙ୍କ ରାଜନୈତିକ କ୍ୟାରିୟରର କିଛି ନୂଆ କଥା

ବଣାଇ ଗଡରେ ବାଜି ମାରିବ କିଏ? ଦଳ ଗଠନ ପରଠାରୁ ଖାତା ଖୋଲିପାରିନାହିଁ ବିଜେଡି । ୩ ଦଶନ୍ଧି ଧରି ପରାଜୟର ସ୍ୱାଦ ଚାଖି ଆସୁଛି କଂଗ୍ରେସ । ଗତ ୪ଟି ନିର୍ବାଚନରେ ଉଭୟ ବିଜେପି ଓ ସିପିଏମ ୨ ଥର ଲେଖାଏଁ ଉଡାଇଛନ୍ତି ବିଜୟ ଧ୍ୱଜା

କାହାର ହେବ ସୁନ୍ଦରଗଡ ସିଂହାସନ ? ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଯୋଗେଶ, ଦଳ ଗଠନ ପରଠାରୁ ଏଯାଏଁ ଖାତା ଖୋଲିପାରିନି ବିଜେଡି । ଗୋଟିଏ ଦଶନ୍ଧି ପରେ କମବ୍ୟାକ୍ କରିବାକୁ ବିଜେପିର ନୂଆ ରଣନୀତି ।

ସୁନ୍ଦରଗଡରେ ବିଜେଡିକୁ ପ୍ରଥମ ବିଜୟ ଦେବେ କି ଯୋଗେଶ ? ଜାଣନ୍ତୁ ଯୋଗେଶ ଜୟଯାତ୍ରାର କିଛି କଥା

ସୁନ୍ଦରଗଡରେ ବିଜୟ ଧ୍ୱଜା ଉଡାଇବାକୁ ବିଜେପିର ଯୋଦ୍ଧା ସାଜିଛନ୍ତି କୁସୁମ । ଜାଣନ୍ତୁ ତାଙ୍କ ରାଜନୈତିକ କ୍ୟାରିୟରର କିଛି ଅଂଶ

ରାଉରକେଲା ରଣଭୂମିରେ କିଏ ମାରିବ ବାଜି । ୨ ଦଶନ୍ଧି ପରେ କମବ୍ୟାକ୍ କରିବାକୁ କଂଗ୍ରେସର ଅଙ୍କକଷା । ବିଜେଡିର ସାରଥୀ ସାଜିଛନ୍ତି ସାରଦା । ନୂଆ ମୁହଁଙ୍କୁ ମୈଦାନକୁ ଆଣି ବିଜୟ ଲକ୍ଷ୍ୟରେ ବିଜେପି ।

ରାଉଲକେଲାରେ ବିଜେଡିର ସିପାହୀ ସାରଦା । ଜାଣନ୍ତୁ ତାଙ୍କ ରାଜନୈତିକ କ୍ୟାରିୟରର କିଛି ।

ରାଜଗାଙ୍ଗପୁର ରାଜନୀତି, ବଢୁଛି ତାତି । ପୁରୁଖା ଯୋଦ୍ଧାଙ୍କୁ ମୈଦାନକୁ ଓହ୍ଲାଇଛି ବିଜେଡି । ପୁଣି ଥରେ ଭୋଟରଙ୍କ ଭରସା ଜିତିବାକୁ କଂଗ୍ରେସ କଷୁଛି ଅଙ୍କ । ପ୍ରଥମ ବିଜୟ ପାଇଁ ନୂଆ ଷ୍ଟ୍ରାଟେଜି ସହ ମୈଦାନକୁ ଓହ୍ଲାଇଛି ବିଜେପି ।

ବୀରମିତ୍ରପୁରରେ ବିଜୟ ବାନା ଉଡାଇବ କିଏ? ୨୦୦୦ ପରଠାରୁ ରାଜ୍ୟର ୩ ପ୍ରମୁଖ ଦଳକୁ ଭରସା କରିନାହାନ୍ତି ବୀରମିତ୍ରପୁରବାସୀ ।

ରଘୁନାଥପଲ୍ଲୀ ରଣକ୍ଷେତ୍ରରେ କିଏ ମାରିବ ବାଜି ? ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ବିଜେଡିର ସୁବ୍ରତ । ୧୯୮୫ ପରଠାରୁ ବିଜୟର ସ୍ୱାଦ ଚାଖିପାରିନି କଂଗ୍ରେସ । ପଦ୍ମ ଫୁଟାଇବାକୁ ବିଜେପିର ନୂଆ ରଣନୀତି ।

ରଘୁନାଥପଲ୍ଲୀ ଗଡ ବଞ୍ଚାଇବା ପାଇଁ ମୈଦାନରେ ବିଜେଡିର ସିପାହୀ ସୁବ୍ରତ । ଜାଣନ୍ତୁ ତାଙ୍କ ରାଜନୈତିକ କ୍ୟାରିୟରର ଅଳ୍ପ କିଛି କଥା ।

ତଲସରା ତାଜ୍ ପିନ୍ଧିବ କିଏ ? ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ପ୍ରଫୁଲ୍ଲ । ଏଯାଏଁ ବିଜୟର ସ୍ୱାଦ ଚାଖିପାରିନାହାନ୍ତି ଉଭୟ ବିଜେଡି-ବିଜେପି । ୨୦୦୦ ପରଠାରୁ କଂଗ୍ରେସର ଅଭେଦ୍ୟ ଦୁର୍ଗ ପାଲଟିଛି ତଲସରା ।

ତଲସରାରେ ପୁରୁଣା ସିପାହୀ ପ୍ରଫୁଲ୍ଲଙ୍କୁ ମୈଦାନକୁ ଓହ୍ଲାଇଛି କଂଗ୍ରେସ । ଜାଣନ୍ତୁ ଏହି ହେଭିୱେଟ ନେତାଙ୍କ ବିଷୟରେ କିଛି ।