ଚାଷୀଙ୍କ ନିଦ ହଜେଇଲା ବିଦେଶୀ ପୋକ : ମକା କ୍ଷେତରେ ଲାଗିଲା ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିବା ‘ଫଲ ଆର୍ମି ୱାର୍ମ’; ଗୋଟିଏ ରାତିରେ ଉଡିପାରନ୍ତି ୪୦୦ କିଲୋମିଟର

112

କନକ ବ୍ୟୁରୋ : ସୁନ୍ଦରଗଡରେ ପୁଣି ଚାଷୀଙ୍କ ନିଦ ହଜେଇ ଦେଇଛି ‘ଫଲ ଆର୍ମି ୱାର୍ମ’ ପୋକ । ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚିନ୍ତାରେ ଥିବା ଚାଷୀଙ୍କୁ ଏବେ ବିଦେଶୀ ପୋକ ଲାଗିବାର ଭୟ ଘାରିଛି । କୁତ୍ରା ବ୍ଲକରେ ଦୁଇ ବର୍ଷ ପୂର୍ବେ ଲାଗିଥିବା ମାରାତ୍ମକ ପୋକ ‘ଫଲ ଆର୍ମି ୱାର୍ମ’ ଲାଗିବା ଚାଷୀଙ୍କ ନିଦ ହଜାଇ ଦେଇଛି ।

ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା ‘ଫଲ ଆର୍ମି ୱାର୍ମ’ କୁତ୍ରା ବ୍ଲକର ମକା କ୍ଷେତରେ ଲାଗିଛି । ତେବେ ସବୁଠୁ ଚିନ୍ତାଜନକ କଥା ହେଉଛି, ଏହି ପୋକ ସାଧାରଣ କୀଟନାଶକ ଔଷଧରେ ମରନ୍ତି ନାହିଁ । ଏହି ପୋକ ଗୋଟିଏ ରାତିରେ ୪୦୦ କିଲୋମିଟର ପର୍ଯ୍ୟନ୍ତ ଉଡିପାରନ୍ତି । ଥରକରେ ୧ ହଜାର ଅଣ୍ଡା ଦେଉଥିବା ଏହି ‘ଫଲ ଆର୍ମି ୱାର୍ମ’ ପୋକ ଧାନ, ମକ୍କା, କାକୁଡି, ହରଡ, ମୂଳ ପ୍ରଭୃତି ୧୨୦ ପ୍ରକାଶର ଶଶ୍ୟ ଖାଇ ନଷ୍ଟ କରିଦିଅନ୍ତି । କୃଷି ବୈଜ୍ଞାନିକ କହିଛନ୍ତି, ସମ୍ଭବତଃ ଏହା ବାତ୍ୟାରେ ଭାରତକୁ ଆସିଥାଇପାରେ ।