ସଇତାନ ସାଜିଲା ସ୍ବାମୀ : ସ୍ତ୍ରୀକୁ ହତ୍ୟାକରି ମାଟି ତଳେ ପୋତିଦେଲା ସ୍ୱାମୀ; ୪ ଦିନ ପରେ ଗଳିତ ଶବ ଉଦ୍ଧାର

ଗାଁ ଲୋକଙ୍କ ପଚରାଉଚରା ପରେ ସତ ମାନିଲା ସୁନ୍ଦରଗଡ ସବଡେଗା ବସ୍ତିର ଖଏରୁ ନାୟକ; ହତ୍ୟାକାରୀ ସ୍ୱାମୀକୁ ପୁଲିସକୁ ହସ୍ତାନ୍ତାର କଲେ ଗ୍ରାମବାସୀ

121

କନକ ବ୍ୟୁରୋ : ସ୍ତ୍ରୀକୁ ହତ୍ୟା କରି ମାଟି ତଳେ ପୋତିଦେଲା ସ୍ୱାମୀ । ଏଭଳି ଅଭିଯୋଗ ଆସିଛି ସୁ୍ନ୍ଦରଗଡ ତଲସରା ଥାନା ସବଡେଗା ବସ୍ତିରୁ । ସବଡେଗା ବସ୍ତିର ଖଏରୁ ନାୟକ ନିଜ ସ୍ତ୍ରୀକୁ ହତ୍ୟା କରି ଘର ପଛ ପଟେ ମାଟି ତଳେ ପୋତିଦେଇଥିଲା । ଗାଁ ଲୋକେ ସନ୍ଦେହ କରି ପଚରାଉଚରା କରିବାକୁ ଖଏରୁ ନାୟକ ଏନେଇ ସ୍ୱୀକାର କରିଛି ।

ଗାଁରେ ଲୋକେ ହତ୍ୟାକାରୀ ସ୍ୱାମୀକୁ ପୁଲିସର ହସ୍ତାନ୍ତାର କରିଛନ୍ତି । ଗତ ୩୦ ବର୍ଷ ପୂର୍ବେ ଶକୁନ୍ତଳା ନାଏକ ନିଜ ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡି ଖଏରୁ ନାୟକ ପାଖକୁ ପଳାଇଆସିଥିଲା । ଏବେ ଖଏରୁ ନାୟକର ଆଉ ଜଣେ ମହିଳାଙ୍କ ସହ ସଂପର୍କ ଥିବା ଶକୁନ୍ତଳାର ଝିଅ ଥାନାରେ ଅଭିଯୋଗ କରିଛନ୍ତି । ସେହି ମହିଳାଙ୍କ ସହ ମିଶି ଖଏରୁ ଶକୁନ୍ତଳାକୁ ହତ୍ୟା କରିଥିବା ତାଙ୍କ ଝିଅ ଅଭିଯୋଗ ଆଣିଛନ୍ତି ।

ଏହି ହତ୍ୟାକାଣ୍ଡରେ ଅନ୍ୟ ଜଣେ ମହିଳା ମଧ୍ୟ ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି ଯେ ଖଏରୁ ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ରଖିଥିଲେ। ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେଉଥିଲା। ଏହି କାରଣରୁ ଖଏରୁ ଶକୁନ୍ତଳାଙ୍କୁ ହତ୍ୟା କରିଥିବା କୁହାଯାଉଛି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।