କନକ ବ୍ୟୁରୋ: ରାଜ୍ୟପାଳଙ୍କୁ ଅଟକାଇ ଗାଁ ଲୋକଙ୍କ ଦୁଃଖ ଜଣାଇଲେ ବିଧାୟିକା । ରାଜ୍ୟପାଳ ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଯାଇଥିବା ବେଳେ ଗତକାଲି ସଂଧ୍ୟାରେ କୋରେଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ । ଏହି ସମୟରେ ଜବରଦସ୍ତପଡ଼ା ନିକଟରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ରାସ୍ତା ଉପରେ ରାଜ୍ୟପାଳଙ୍କୁ ଅଟକାଇ ଗାଁ ଲୋକଙ୍କ ଦୁଃଖ ଜଣାଇଥିଲେ । ଏହା ସହ ବସ୍ତିକୁ ନେଇ ଲୋକଙ୍କ ଦୁଃଖ ଦେଖାଇଥିଲେ ବିଧାୟିକା ।
ବସ୍ତି ଅଞ୍ଚଳରେ ରହୁଥିବା ୫୦ରୁ ଅଧିକ ପରିବାରଙ୍କ ପାଖରେ ମୌଳିକ ସୁବିଧା ନାହିଁ । ଏପରିକି ଗାଁକୁ ପକ୍କା ରାସ୍ତା ନାହିଁ, ଲୋକଙ୍କ ପକ୍କା ଘର ନାହିଁ । ବର୍ଷା ଦିନେ ପାଲ ବାନ୍ଧି ଲୋକେ ରହୁଛନ୍ତି । ଶୌଚ ଓ ପିଇବା ପାଣି ପାଇଁ ଗୋଟିଏ ପୋଖରୀ ଉପରେ ନିର୍ଭର କରିବାକୁ ପଡ଼ୁଛି । କୌଣସି ଲାଇଟର ବ୍ୟବସ୍ଥା ନଥିବାରୁ ଗାଁଲୋକେ ସଂଧ୍ୟାରେ ରନ୍ଧାରରେ ରହୁଛନ୍ତି ବୋଲି ରାଜ୍ୟପାଳଙ୍କୁ ଜଣାଇଥିଲେ ବିଧାୟିକା । ଏହା ସହ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ମଧ୍ୟ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/6-15.jpg)