ନିଖୋଜ ଗାଁ ସାଥୀଙ୍କୁ ନିର୍ମମ ହତ୍ୟା: ସୁନ୍ଦରଗଡରେ ଗାଁ ସାଥୀଙ୍କ ଆଜି ମିଳିଲା ମୁଣ୍ଡ ଓ ଗୋଡ; ନିକଟସ୍ଥ ଗାଁ ପୋଖରୀରୁ ହେଲା ଉଦ୍ଧାର

ବୁଧବାର ରାତିରେ ଘରକୁ ଆସି ହୋଇଯାଇଥିଲେ ନିଖୋଜ । କାଲି ମିଳିଥିଲା ହାତ ଓ ଶରୀର କ୍ଷତବିକ୍ଷତ ଅଂଶ

150

କନକ ବ୍ୟୁରୋ: ନିଖୋଜ ଗାଁ ସାଥୀଙ୍କୁ ନିର୍ମମ ହତ୍ୟା । ଖଣ୍ଡ ଖଣ୍ଡ ହୋଇଛି ମିଳୁଛି ଶରୀର ଅଂଶ । କଟା ହାତ, ଗଣ୍ଡି ପରେ ପୋଖରୀରୁ ମିଳିଲା କଟା ମୁଣ୍ଡ ଓ କଟା ଗୋଡ । ସୁନ୍ଦରଗଡ ଟାଉନ ଥାନା କିରେଇ ପଂଚାୟତର ନିଖୋଜ ଗାଁ ସାଥି ରମେଶ ସିଂଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଉଛି । ବୁଧବାର ଠାରୁ ସେ ନିଖୋଜ ଥିଲେ । କଟାହାତ ବାଇପାସ ନିକଟରୁ ଉଦ୍ଧାର ହୋଇଥିଲା ବେଳେ ଶରୀର, ମୁଣ୍ଡ ଓ କଟା ଗୋଡ ଭବାନୀପୁôର ଗାଁ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର ହୋଇଛି । ରମେଶ ପାଖାପଖି ୩ଟା ବେଳେ  ପଂଚାୟତରୁ ଘରକୁ ଫେରି ଘର ବାହାରେ ଜଣେ ଯୁବକଙ୍କ ସହିତ କଥା ହୋଇଥିଲେ ।

ଏହାପରେ ତାଙ୍କ ସହ କୁଆଡେ ଚାଲିଯାଇଥିଲେ । ଶେଷଥର ବଡଭାଇଙ୍କ ସହ ରାତି ୭ଟାରେ କଥା ହୋଇଥିଲେ  ଓ ବିଳମ୍ବିତ ରାତିରେ ଘରକୁ ଫେରିବେ ବୋଲି କହିଥିଲେ । ଏହା ପରେ ସେ ଫେରିନଥିଲେ ଓ ତାଙ୍କ ମୋବାଇଲ ବି ସ୍ୱିଚ ଅଫ ଥିଲା । ସକାଳ ଯାଏ ଘରକୁ ନଫେରିବାକୁ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । କାଲି ସନ୍ଧ୍ୟାରେ ରମେଶଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।  ପୁଲିସ ଶରୀରର ଅନ୍ୟ ଅଂଶକୁ  ଖୋଜାଖୋଜି କରୁଛି ।