କନକ ବ୍ୟୁରୋ: ସୁନ୍ଦରଗଡ ପାଇଁ ଗୌରବ ଛେଙ୍ଗା ପାହାଡ । ଜିଇଓ ହେରିଟେଜର ମାନ୍ୟତା ପାଇଲା ସୁନ୍ଦରଗଡର ଛେଙ୍ଗା ପାହାଡ । ପାହାଡର ଆକୃତିକୁ ଦେଖି ସ୍ଥାନୀୟ ଲୋକେ ଏହାକୁ ଛେଙ୍ଗା ପାହାଡ ବୋଲି ନାମିତ କରିଥିଲେ । ତେବେ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ସର୍ଭେରୁ ଜଣାପଡିଛି ଏହା କୌଣସି ସାଧାରଣ ପାହାଡ ନୁହେଁ । ପ୍ରାକୃତିକ ପ୍ରକ୍ରିୟାରେ ଗଠନ ହୋଇଥିବା ପଥର ତୋରଣ ନିମ୍ନରୁ ମଧ୍ୟ ଜୁରାସିକ୍ ଯୁଗର । ଏହାର ବୟସ ପ୍ରାୟ ୧୬୦ ମିଲିୟନ୍ ବର୍ଷ । ତେଣୁ ଜିଓ ଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ଏହାକୁ ଜିଓ ହେରିଟେଜ୍ ବା ଭୂ-ଐତିହ୍ୟ ମାନ୍ୟତା ଦିଆଯାଇଛି । ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ସୁନ୍ଦରଗଡ ଜିଲ୍ଲାବାସୀ ।
ସୁନ୍ଦରଗଡରେ ଅଛି ଜୁରାସିକ ଯୁଗର ପାହାଡ଼। ଜିଇଓ ହେରିଟେଜ୍ ମାନ୍ୟତା ପାଇଛି ଛେଙ୍ଗା ପାହାଡ
/kanak/media/post_attachments/wp-content/uploads/2023/06/55-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)