କନକ ବ୍ୟୁରୋ: ସୁନ୍ଦରଗଡରେ ଡାଇରିଆ ସ୍ଥିତି ସଂଗୀନ ହେଉଥିବା ଦେଖି ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇଛି । ଲୋକଙ୍କୁ ସତର୍କ କରାଇବା ସହିତ ବିଭିନ୍ନ ପଦକ୍ଷେପ ନେଇଛି । ସମସ୍ତ ବିଭାଗକୁ ନେଇ ଜିଲ୍ଲପାଳ ବୈଠକ କରିଛନ୍ତି । ଯେଉଁଥିରେ ଜିଏମ ୱାଟକୋ , ଆଇଜିଏଚ , ଆରଜିଏଚ , ଡିଏଚଓଙ୍କୁ ନେଇ ବୈଠକ ହୋଇଛି । ଏଥିରେ ସମସ୍ତ ଦିଗକୁ ଦୃଷ୍ଟିରେ ରଖାଯାଇଛି ।
ଏବେ ନଜର ପକାନ୍ତୁ ପ୍ରଶାସନ କି କି ପଦକ୍ଷେପ ନେଇଛି ।
ଝାଡ଼ାବାନ୍ତି ବ୍ୟାପିବାଠାରୁ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତତ୍ପର
ପୁରା ରାଉରକେଲାକୁ ଏକ ଜୋନ ଭାବରେ ତିଆରି କରାଯାଇଛି
ସୁନ୍ଦରଗଡ ମେଡିକାଲ କଲେଜରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଆସିଛନ୍ତି
ଏହି ଟିମ୍ ଆପିଡୋଲିଜି ଦିଗକୁ ଅନୁଧ୍ୟାନ କରୁଛନ୍ତି
ଟିମର ସଦସ୍ୟ ଜଣେ ରୋଗୀଙ୍କ ଡାଟା କଲେକସନ କରିବେ
କେଉଁଠୁ ପାଣି ପିଉଛନ୍ତି ଏବଂ କ’ଣ ଖାଉଛନ୍ତି ଏଥିସହ ଖାଇବାର ଉତ୍ସ ଖୋଜୁଛି
ମେଡିସିନ , ଟେଷ୍ଟିଂ କିଟ୍ , ସାଲାଇନ୍ ଆଦି ଅଧିକ ପରିମାଣରେ ମହଜୁଦ ରଖାଯାଇଛି ପୁରା ରାଉରକେଲାକୁ ପିଇବା ପାଣି ସପ୍ଲାଏ ହେଉଥିବା ପାଇପ୍ ଗୁଡିକୁ ଚେକିଂ କରିବାକୁ ନିର୍ଦ୍ଦେଶ
କେଉଁଠି କଟଅପ୍ ଅଛି ଖୋଜି ବାହର କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଝାଡାବାନ୍ତି ବ୍ୟାପିଥିବା ଅଂଚଳରେ ସ୍ୱାସ୍ଥ୍ୟକର୍ମୀ ଲୋକଙ୍କୁ ସଚେତନ କରୁଛନ୍ତି
ହାତ ଧୋଇବା, ପାଣି କୁ ଫୁଟାଇ ପିଇବା , ବାହର ଖାଦ୍ୟ ନଖାଇବା ପାଇଁ ପରାମର୍ଶ