ବଜାରର ଭିଡକୁ ଦେଖି ପ୍ରଶାସନର ବଡ଼ ପଦକ୍ଷେପ: ବନ୍ଦ ହେଲା ଡେଲି ମାର୍କେଟ; ଜିଲ୍ଳାରେ ସପ୍ତାହକୁ ଗୋଟିଏ ଦିନ ପାଇଁ ରବିବାର ସକାଳ ୭ରୁ ଦିନ ୧୧ ଯାଏ ଖୋଲିବ ବଜାର

1,540

କନକ ବ୍ୟୁରୋ: ସୁନ୍ଦରଗଡ ପ୍ରଶାସନ ପକ୍ଷରୁ ବଡ ପଦକ୍ଷେପ । ବଜାର ଭିଡକୁ ଦେଖି ପ୍ରଶାସନ ପକ୍ଷରୁ ଡେଲି ମାକେର୍ଟକୁ ବନ୍ଦ କରି ଦିଆଯାଇଛି । ଜିଲ୍ଲାରେ ସପ୍ତାହକୁ ଗୋଟିଏ ଦିନ ପାଇଁ ଖୋଲିବ ବଜାର । ରବିବାର ଦିନ ସକାଳ ୭ରୁ ୧୧ ଯାଏ ଏହି ବଜାର ଖୋଲିବ । ଏହା ବ୍ୟତିତ ପ୍ରତ୍ୟେକ ଦିନ ଘରକୁ ଘର ବଲି ଚାଷୀ ପରିବା ବିକ୍ରି କରିପାରିବେ । ବଜାରରେ ଲୋକଙ୍କ ଅସମ୍ଭାଳ ଭିଡ ହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

ସେପଟେ, ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଚିଁଥିବା ବେଳେ ଜିଲ୍ଲାରେ ଏବେ କଟକଣା କଡାକଡି କରାଯାଇଛି । ଆଜିଠାରୁ ଜିଲ୍ଳାରେ ପ୍ରଥମ ଥର ପାଇଁ ଡ୍ରୋନ ମାଧ୍ୟମରେ ସର୍ଭେଲାନ୍ସ କାମ ଆରମ୍ଭ ହୋଇଛି । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିବା ୨୧ଟି ପଂଚାୟତକୁ କଂଟେନମେଂଟ ଜୋନ ଓ ୩୨ ପଂଚାୟତକୁ ସର୍ଭେଲାନ୍ସ ଜୋନ ଭାବେ ଚିହ୍ନଟ କରାଯାଇଛି ।

ଏହି ସବୁ ଅଂଚଳରେ କୋଲକତା ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ଆଜି ପ୍ରଥମେ ଭଣ୍ଡାରୀପୋଖରୀ ତେସିଙ୍ଗା ପଂଚାୟତରେ ଏହି କାମ ଆରମ୍ଭ ହୋଇଛି । ଏହି ବ୍ଲକ ଦାୟିତ୍ୱରେ ଥିବା ଉପଜିଲ୍ଳାପାଳ ପିତାମ୍ବର ସାମଲଙ୍କ ଉପସ୍ଥିତିରେ ସର୍ଭେଲାନ୍ସ କାମ ଆରମ୍ଭ ହୋଇଛି । ପରେ ପରେ ଅନ୍ୟ କଂଟେନମେଂଟ ଜୋନ ମାନଙ୍କରେ ଡ୍ରୋନ ସାହାର୍ଯ୍ୟରେ ନଜର ରଖାଯିବ ।