ସୁନ୍ଦରଗଡ ଡାକ୍ତରଖାନାରେ ଜିଲ୍ଲାପାଳଙ୍କ ପତ୍ନୀଙ୍କୁ ଅନୁକମ୍ପା ଅଭିଯୋଗ : ମହିଳା ଦୀର୍ଘ ସମୟ ଅପେକ୍ଷା ପରେ ବି ଆସିନଥିଲେ ଡାକ୍ତର

ଜିଲ୍ଲାପାଳଙ୍କ ପତ୍ନୀ ଆସିବା ପରେ ପହଁଚିଲେ ଡାକ୍ତର; ସୋସିଆଲ ମିଡିଆରେ ମହିଳାଙ୍କ  ଭିଡିଓକୁ ନେଇ ବଢିଲା ଚର୍ଚ୍ଚା

1,123

କନକ ବ୍ୟୁରୋ : ସୁ୍ନ୍ଦରଗଡରେ  ଜିଲ୍ଲାପାଳଙ୍କ ପତ୍ନୀଙ୍କୁ ଅନୁକମ୍ପା ଅଭିଯୋଗ । ସୋସିଆଲ ମିଡିଆରେ ଜଣେ ୯ ମାସ ଗର୍ଭବତୀ ମହିଳାଙ୍କ ଏଭଳି ଭିଡିଓ ବାର୍ତା ଚର୍ଚ୍ଚାର ବିଷୟ ହୋଇଛି ।  ଖବର ଅନୁସାରେ, ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ମା ଓ ଶିଶୁ  ସ୍ୱାସ୍ଥ୍ୟକେନ୍ଦ୍ରରେ  ଗର୍ଭବତୀ ମହିଳାଙ୍କ ମାଗଣା ଅଲଟ୍ରାସାଉଣ୍ଡ କାରାଯାଏ । ଏଥିପାଇଁ ସହରର ମହିଳାମାନେ  ଆସିଥାନ୍ତି ।

ତେବେ ଶୁକ୍ରବାର ସକାଳୁ ୧୨ ଜଣ ମହିଳା ସକାଳ ୯ଟାରୁ ଆସି ଅପେକ୍ଷା କରିଥିଲେ । କିନ୍ତୁ ଡାକ୍ତର ଆସିନଥିଲେ ।  କିନ୍ତୁ ଠିକ ୧୧ଟା ବେଳକୁ  ଜିଲ୍ଲାପାଳଙ୍କ ସରକାରୀ ଗାଡିରେ ତାଙ୍କ ପତ୍ନୀ ଆସିଥିଲେ । ଆଉ ଦୀର୍ଘ ୨ ଘଂଟା ଧରି ଉଭାନ ହୋଇଥିବା ଡାକ୍ତର ବି ଆସିଥିଲେ । ଜିଲ୍ଲାପାଳଙ୍କ ପତ୍ନୀଙ୍କ ଅଲଟ୍ରାସାଉଣ୍ଡ ପରୀକ୍ଷା ଦୀର୍ଘ ଅଧ ଘଂଟା ଧରି ଚାଲିଥିଲା । ଏହାପରେ ଅନ୍ୟ ମହିଳାଙ୍କ ପାଳି ଆସିଥିଲା । ଏହାକୁ ନେଇ ମହିଳାଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।  ଏ ନେଇ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।