ଟଙ୍କା ସହ ଧରାପଡ଼ିଲେ ବିଜେପି ନେତା । ସ୍ପେଶାଲ ସ୍କ୍ୱାଡ ହାତରେ ଧରାପଡ଼ିବା ପରେ ବଢ଼ିଲା ସୁନ୍ଦରଗଡ଼ ବିଜେପି ବିଧାୟକ ପ୍ରାର୍ଥୀ କୁସୁମ ଟେଟେଙ୍କ ଅଡ଼ୁଆ ।

2,160

କନକ ବ୍ୟୁରୋ: ଟଙ୍କା ସହ ଧରାପଡ଼ିଲେ ସୁନ୍ଦରଗଡ଼ ବିଜେପି ନେତା । ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେପି ଜିଲ୍ଲା ସଭାପତି ପ୍ରାର୍ଥୀ ଭୀମସେନ ନାୟକ ଓ କୃପାସିନ୍ଧୁ ଦୁବେ ଟଙ୍କା ବାଣ୍ଟିବା ବେଳେ ଗିରଫ ହୋଇଛନ୍ତି । ବିଜେପି ବିଧାୟକ ପ୍ରାର୍ଥୀ କୁସୁମ ଟେଟେଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ଭଷ୍ମା ଥାନା କଇଁସରା ଗାଁରେ ଟଙ୍କା ବାଣ୍ଟୁଥିବା ବେଳେ ଧରିଲା ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଗାଡିରୁ ଜବତ ହୋଇଛି ୨ ଲକ୍ଷ ୪୨ ହଜାର ଟଙ୍କା । ଏନଭଲପ୍, ନୋଟ୍ ପ୍ୟାଡ୍ ଓ ଭୋଟର ଲିଷ୍ଟ ମଧ୍ୟ ଜବତ କରାଯାଇଛି ।

ସୁନ୍ଦରଗଡ଼ରୁ ଟଙ୍କା ମିଳିବା ଘଟଣାରେ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଭୀମସେନ ନାୟକ ଓ କୃପାସିନ୍ଧୁ ଦୁବେ ସୁନ୍ଦରଗଡ଼ ବିଜେପି ବିଧାୟିକା ପ୍ରାର୍ଥୀ କୁସୁମ ଟେଟେଙ୍କ ପାଇଁ ଟଙ୍କା ବାଂଟୁଥିବା ଦଳ ଅଭିଯୋଗ କରିଛି । ଏହା ନିର୍ବାଚନ ଆଚରଣ ବିଧିର ଉଲଂଘନ ବୋଲି କହିଛି ବିଜେଡି । ଏହା ସହ ବିଧାୟିକା ପ୍ରାର୍ଥୀ କୁସୁମ ଟେଟେଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଦଳ ।ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କୁସୁମ ଟେଟେ । ବିଜେଡି ମିଛ କହୁଛି ବୋଲି କହିଛନ୍ତି କୁସୁମ ଟେଟେ ।