କନକ ବ୍ୟୁରୋ: ପୋଲ ହେବ, ଜୀବନଯାପନ ରାସ୍ତା ଖୋଲିବ। ଏହିଭଳି ଆଶା ରଖିଥିଲେ ସୁନ୍ଦରଗଡ ବାଲିଶଙ୍କରା ବ୍ଲକର ଦୁଇଟି ପଚାଂୟତ ବାସୀ। ଚାରି ବର୍ଷ ତଳେ ୩୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା, ତିନି ବର୍ଷ ତଳୁ କାର୍ୟ୍ୟ ବି ଆରମ୍ଭ ହୋଇଥିଲା । ଆଉ ଆରମ୍ଭ ହେବା ଦିନ ଠାରୁ ହିଁ ଅଟକି ଗଲା।

Advertisment

୩ ବର୍ଷ ତଳୁ ପୋଲ ଆରମ୍ଭ ହୋଇଛି, ହେଲେ ସରୁନି। ପୋଲର ଚାରିଟି ପିଲାର ଉଠିଛି, ବାକି ସବୁ ରଡ ଉପରକୁ ମୁହଁ କରିଛି। ସେପଟେ ଠିକାଦାର ଅଧାରେ କାମ ଛାଡି ଛୁ ମାରିଛି । ଏମିତି ପୋଲର ଦୃଶ୍ୟ ଆସିଛି, ସୁନ୍ଦରଗଡ ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଧୂବେନଦାଣ୍ଡ ପଚାଂୟତର ରପଟଜୋର ଗାଁରୁ।

ଧୂବେନଦାଣ୍ଡ ପଞ୍ଚାୟତ ଓ ଦେଓଭୁବନପୁର ପଞ୍ଚାୟତ ୨୦ ହଜାର ଲୋକଙ୍କ ଗମନାଗମନରେ ବାଧକ ସାଜିଛି ଏହି ନାଳ। ନାଳରେ ପୋଲଟିଏ ହେଲେ ବାଲିଶଙ୍କରା ଓ କିଞ୍ଜିରିକେଲା ଯିବା ପାଇଁ ଅଚଂଳବାସୀଙ୍କୁ ୩୫କିଲୋମିଟର ରାସ୍ତା ବୁଲିବା ପାଇଁ ପଡିବା ନାହିଁ । ସ୍କୁଲ, କଲେଜ, ବଜାର ଓ ଡାକ୍ତରଖାନାକୁ ଯିବା ସହଜ ହେବ । ଏଥିପାଇଁ ବ୍ଲକ ପକ୍ଷରୁ ୩୦ ଲକ୍ଷ ଟଙ୍କା ଅନୁଦାନରେ ପୋଲ ନିର୍ମାଣ କାର୍ୟ୍ୟ ଆରମ୍ଭ ହେଲା, ହେଲେ ସରିଲା ନାହିଁ । ଆରମ୍ଭରୁ ହିଁ ଅଟକି ଯାଇଛି ।

ଅଧାଗଢା ପୋଲକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ବ୍ଲକ କାର୍ୟ୍ୟାଳୟ ଠୁ ନେଇ ଜିଲ୍ଲପାଳ ପର୍ଯ୍ୟନ୍ତ ଦୌଡିଦୌଡି ନୟାନ୍ତ ହୋଇଛନ୍ତି, ହେଲେ କୌଣସି ସୁଫଳ ମିଳିପାରୁନାହିଁ। ଏବେ ପୁଣି ପ୍ରତିଶୃତି ଦେଇଛି ପ୍ରଶାସନ ।